ଉଷା ପୋଲର ଭିତ୍ତିପ୍ରସ୍ତର ଓ ଯଜ୍ଞ ମଣ୍ଡପ ଉଦଘାଟନ କଲେ ବିଧାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକସ୍ଥିତ ବାଘମୁଣ୍ଡା ଗ୍ରାମର ଉଷା ପୋଲର ଭିତ୍ତିପ୍ରସ୍ତର ବ୍ରଜାରଜନଗର ବିଧାୟକ କିଶୋର କୁମାର ମହାନ୍ତି ସ୍ଥାପନ କରିଛନ୍ତି। ବର୍ଷା ଦିନେ ବାଘମୁଣ୍ଡା ଗ୍ରାମକୁ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଗ୍ରାମବାସୀ ଏହି ପୋଲ ସ୍ଥାପନ କରିବା ପାଇଁ ଦାବି କରିଥିଲେ। ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ଖଣିଜ ପାଣ୍ଠିରୁ ୯ଲକ୍ଷ ୯୦ ହଜାର ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ କରାଯାଇଥିବା ନେଇ ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ବିଧାୟକ ପାଣ୍ଠିରୁ ୨୦ ହଜାର ବ୍ୟୟ କରି ଏହି ଗରାମ ଦେବୀ ମନ୍ଦିର ପାଇଁ ଏକ ଭୋଗ ଗୃହର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କହରାଯାଇଛି। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିର ୨ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଯଜ୍ଞ ମଣ୍ଡପର ଉଦଘାଟନ ମଧ୍ୟ ଶ୍ରୀ ମହାନ୍ତି କରିଛନ୍ତି। ଏହି ଅବସରରେ ଲଖନପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ପ୍ରଧାନ, ଜିଲ୍ଲା ପରିଷଦ ଉପଧକ୍ଷା ପଙ୍କଜିନୀ ପ୍ରଧାନ, ବାଘମୁଣ୍ଡା ସରପଂଚ ଦୁଷ୍ମନ୍ତ ଭୋଇ, ଲଖନପୁର ବିଜେଡି ସଭାପତି ରବିରତ୍ନ ପ୍ରଧାନ, ସମ୍ପାଦକ ନରେନ୍ଦ୍ର ଗଡ଼ତିଆ, ସୁରେନ୍ଦ୍ର ଜସୱାଲ, ପିତାମ୍ବର ମିଶ୍ର ଓ ସୁନୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।