ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କନ୍ଧମାଳରୁ ୧୪ ଜଣ, କେନ୍ଦୁଝରରୁ ୧୧ଜଣ, ଖୋର୍ଦ୍ଧାରୁ ୧୦ଜଣ, ଭଦ୍ରକରୁ ୯ଜଣ, ଯାଜପୁରରୁ ୭ଜଣ, ମୟୁରଭଞ୍ଜରୁ ୬ଜଣ, ଗଞ୍ଜାମରୁ ୪ଜଣ, କଟକରୁ ୩ଜଣ, ବାଲେଶ୍ୱର, ଜଗତସିଂହପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗିରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏଥିସହିତ ମୋଟ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୦୪୭ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ରାଜ୍ୟରେ ଆଉ ୧୨୭୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଆଜି ସକାଳେ ରାଜ୍ୟରେ ୧୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି।