ନଭେମ୍ବର ୨୫ରେ ଜେୱର ଆନ୍ତର୍ଜାତୀୟ ବିମାନବନ୍ଦରର ଭୂମି ପୂଜା କରିବେ ମୋଦୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାରେ ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେବର ଆନ୍ତର୍ଜାତୀୟ ବିମାନବନ୍ଦରର ଭୂମି ପୂଜା କରିବେ। ଏହାପରେ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଯୁଦ୍ଧସ୍ତରରେ ଚାଲିବ। ଭୂମି ପୂଜା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ପ୍ରସ୍ତୁତିକୁ ଦେଖିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଜେବର ପହଂଚିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୨୪ ବେଳକୁ ଜେବର ଆନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଏୟାରଷ୍ଟ୍ରିପ ପ୍ରସ୍ତୁତ ହୋଇଯିବ। ଫଳରେ ପ୍ରଥମ ଉଡ଼ାଣ ଆରମ୍ଭ ହୋଇପାରିବ। ପ୍ରଥମେ ୨ଟି ଏବଂ ପରେ ଆଉ ୫ଟି ଏୟାରଷ୍ଟ୍ରିପ ପ୍ରସ୍ତୁତ ହେବ ଯାହାକି ଏକ ଐତିହାସିକ ପଦକ୍ଷେପ।