କରୋନା ପାଇଁ ଆଇଆଇଟି ଜେଇଇ ଆଡଭାନ୍ସ-୨୦୨୧ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,ଏଜେନ୍ସି: ଆଇଆଇଟି ଜେଇଇ ଆଡଭାନ୍ସ ୨୦୨୧ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଜରୁରୀ ଖବର। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇଆଇଟି ଖଡ଼ଗପୁର ପକ୍ଷରୁ ଜେଇ ଆଡଭାନ୍ସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଜୁଲାଇ ୩, ୨୦୨୧ରେ ହେବାକୁ ଥିଲା। ପୁଣି କେବେ ଏହି ପରୀକ୍ଷା ହେବ ଏହାର ସୂଚନା ଦିଆଯାଇନାହିଁ।

ଜେଇଇ ଆଡଭାନ୍ସ ତରଫରୁ ଜାରି ହୋଇଥିବା ବିଜ୍ଞାପନ ଅନୁସାରେ କରୋନା ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ପରୀକ୍ଷା ସମ୍ବନ୍ଧୀୟ ତାରିଖ ଉଚ୍ଚିତ ସମୟରେ ଘୋଷଣା କରାଯିବ। ଆଶା ରଖାଯାଇଛି କି ଅଗଷ୍ଟ ଓ ସେପ୍ଟେମ୍ବର ଏହି ପରୀକ୍ଷାର ଆୟୋଜନ କରାଯିବ।