ଜେନେଟ ୟେଲେନ ହେଲେ ଆମେରିକାର ପ୍ରଥମ ମହିଳା ଅର୍ଥମନ୍ତ୍ରୀ

ୱାଶିଂଟନ୍: ଆମେରିକୀୟ ସିନେଟ ବିଖ୍ୟାତ ଅର୍ଥଶାସ୍ତ୍ରୀ ଜେନେଟ ୟେଲେନଙ୍କୁ ଆମେରିକାର ପ୍ରଥମ ମହିଳା ଅର୍ଥମନ୍ତ୍ରୀ କରିବାର ନିଷ୍ପତ୍ତି ନେଇଛି। ସିନେଟର ଶୁଣାଣୀ ସମୟରେ ୟେଲେନଙ୍କ ସମର୍ଥନରେ ୮୪ ଓ ବିରୋଧରେ ୧୫ ଭୋଟ ମିଳିଛି। ୟେଲେନ ଫେଡରଲ ରିଜର୍ଭର ପୂର୍ବ ଅଧ୍ୟକ୍ଷ ଥିଲେ। ସେ ଯଥାଶୀଘ୍ର ଶପଥ ନେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଜୋ ବାଇଡେନ କ୍ୟାବିନେଟର ୟେଲେନ ଏମିତି ତୃତୀୟ ମନ୍ତ୍ରୀ, ଯାହାଙ୍କ ନାମର ପୁଷ୍ଟି ଏବେସୁଦ୍ଧା ସିନେଟ କରିସାରିଛି। ଆମେରିକାର ବିଦେଶ ମନ୍ତ୍ରୀ ପଦ ଲାଗି ନାମିତ ଟୋନୀ ବ୍ଲିକେନଙ୍କ ଉପରେ ସିନେଟର ମୋହର ଲାଗିବାର ମଧ୍ୟ ସମ୍ଭାବନା ରହିଛି।