ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର, ଏନ୍ଏନ୍ଏସ୍: ପୁଣି ଜଣେ ଗର୍ଭବତୀ ମହିଳା ଭୋଗିଲେ ଜନନୀ ଯନ୍ତ୍ରଣା। ଏଭଳି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି ଇନ୍ଦ୍ରାବତୀ ବିଛିନ୍ନାଞ୍ଚଳ ପୋଡାପଦର ପଞ୍ଚାୟତରେ। ସୂଚନା ଅନୁଯାୟୀ ପଞ୍ଚାୟତର ଭିତରଡୁଙ୍ଗା ଗ୍ରାମର କୋଣ୍ଡା ମାଝୀଙ୍କ ପତ୍ନୀ ମଙ୍ଗାଇ ମାଝୀ ପ୍ରସବ ଯନ୍ତ୍ରଣା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାପାଇଁ ଖଟିଆର ବ୍ୟବସ୍ଥା କରି ବୋହି ଆଣିଲେ ଇନ୍ଦ୍ରାବତୀ ଜଳଭଣ୍ଡାରର ତେନ୍ତୁଳି ପଦର ଡଙ୍ଗା ଘାଟକୁ। ଦୀର୍ଘ ଦେଢ କିଲୋମିଟରର ପାହାଡର ବିପଦ ସଂକୁଳ ରାସ୍ତା ଚାଲିଚାଲି ସମ୍ପୃକ୍ତ ମହିଳଙ୍କୁ ବୋହି ଆଣିଥିଲେ । ସେଠାରେ ବୋଟ ଅମ୍ବୁଲାନ୍ସ ଯୋଗେ ପୋଡାଗଡ଼ ଘାଟକୁ ଓ ସେଠାରୁ ପୁଣି ୧୦୮ ଆମ୍ବୁଲାନ୍ସରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି।
ଗତ ୭ ତାରିଖରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା।