ନୂଆଦିଲ୍ଲୀ: ଜମ୍ମୁ ପୁଲିସର ଜଣେ ଅଧିକାରୀଙ୍କ ଭିଡିଓ ଏବେ ସୋସିସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଜମ୍ମୁ ଇଷ୍ଟ ରେଲୱେର ଏସଡିପିଓ ହାତରେ ଗୀଟାର ଧରି ‘ଗୁଲାବୀ ଆଁଖେ ଜୋ ତେରି ଦେଖି’ ଗୀତଟି ଗାଉଛନ୍ତି। ଦୀର୍ଘ ଦିନର ଲକଡାଉନ ପରେ କିଛି ସ୍ଥାନରେ ସ୍ୱତନ୍ତ୍ର ଟ୍ରେନ ଚାଲୁଥିବାବେଳେ ଯାତ୍ରୀଙ୍କ ପାଇଁ ପୁଲିସ ଅଧିକାରୀ ଏମିତି ଗାଇବାରୁ ଯାତ୍ରୀଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଥିଲା। ଏହି ସମୟରେ ସଂକ୍ରମଣରୁ ବଁଚିବା ପାଇଁ ଏସଡିପିଓ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା।