ଜାମ୍ମୁ କଶ୍ମୀରର କରମାରା ସେକ୍ଟରରେ ଭାରତୀୟ ସେନା ତିନି ମୋର୍ଟାର ସେଲକୁ କଲା ନିଷ୍କ୍ରିୟ

ଜାମ୍ମୁ : ଭାରତୀୟ ସେନା ଦ୍ୱାରା ପାକ ଅଧିକୃତ କାଶ୍ମୀରରେ ପାଲଟା ଆକ୍ରମଣ ଫଳରେ ପାକିସ୍ତାନ ବ୍ୟତିବ୍ୟସ୍ତ ହୋଇ ପଡିଛି । ପାକିସ୍ତାନ ଏବେ ଗତ ଦୁଇ ଦିନରେ ଜାମ୍ମୁ ନିକଟରେ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ ଗୁଳି ବର୍ଷଣ କରିବା ସହ ମୋର୍ଟାରରେ ଆକ୍ରମଣ କରୁଛି । ପାକିସ୍ତାନ ସୋମବାର ରାତ୍ରୀରେ ପୁଂଛ ଜିଲ୍ଲାର କସବା କରନି ସେକ୍ଟରରେ ଗୁଳି ଗୋଳା ବର୍ଷଣ କରିଥିବା ବେଳେ ଭାରତୀୟ ସେନା ତାର କଡା ଜବାବ ଦେଇଛି ।
ମଙ୍ଗଳବାର ସକାଳେ ପୁଂଛ ଠାରେ ନିୟନ୍ତ୍ରଣ ରେଖାରେ ସ୍ଥିତ କରମାରା ସେକ୍ଟରରେ ଲୋକଙ୍କ ରହିବା ସ୍ଥାନରେ ପାକିସ୍ତାନ ଦ୍ୱାରା ଆକ୍ରମଣ କରା ଯାଇଥିବା ତିନୋଟି ଜୀବନ୍ତ ମୋର୍ଟାର ସେଲ ସମ୍ପର୍କରେ ଜାଣି ତାକୁ ନିଷ୍କ୍ରିୟ କରିଛନ୍ତି ।