ଜଳଦ ତ୍ରିପାଠୀ ମୁଖ୍ୟ ସୂଚନା କମିଶନର

  • ଭୁବନେଶ୍ୱର: ଜଳଦ ତ୍ରିପାଠୀ ମୁଖ୍ୟ ସୂଚନା କମିଶନରଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କର ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ଦେଇଛନ୍ତି।
  • ଜଳଦ ତ୍ରିପାଠୀ ତାମିଲନାଡ଼ୁର ପୂର୍ବତନ ପୋଲିସ ଡିଜି ଥିଲେ। ଓଡ଼ିଶା ସରକାର ତାଙ୍କୁ ନୂଆ ସୂଚନା କମିଶନରଭାବେ ନିଯୁକ୍ତି ଦେଇଛନ୍ତି। ଜଳଦ ତ୍ରିପାଠୀ ହେଉଛନ୍ତି ୧୯୮୫ ମସିହା ଆଇପିଏସ୍ ଅଧିକାରୀ। ତାମିଲନାଡୁରେ ସେ ଡିଜିପିଭାବେ କାର୍ଯ୍ୟଭାର ତୁଲାଇଥିଲେ। ସେ ବେଶ୍ ଦକ୍ଷ ଆଇପିଏସ୍ ଅଧିକାରୀଭାବେ ପରିଚିତ। ଓଡ଼ିଶାରେ ଜନ୍ମିତ ଜଳଦ ତ୍ରିପାଠୀ ପ୍ରାୟ ୩୦ ବର୍ଷ ଧରି ତାମିଲନାଡୁରେ ପୁଲିସ ଅଧିକାରୀଭାବେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ। ଅପରାଧ ନିୟନ୍ତ୍ରଣରେ ବେଶ୍ ପାରଦର୍ଶୀ ଥିଲେ। ତାଙ୍କର କେତକ ନୂଆ ପଦକ୍ଷେପ ଯୋଗୁଁ ସେ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇଥିଲେ।