ମିଷ୍ଟର ଓଡ଼ିଶା ମୁକୁଟ ପିନ୍ଧିଲେ ଜଗନ୍ନାଥ ଖୁଣ୍ଟିଆ

ଭୁବନେଶ୍ବର,ଏନ୍ଏନ୍ଏସ୍: ଜଗନ୍ନାଥ ଖୁଣ୍ଟିଆ ପିନ୍ଧିଲେ ମିଷ୍ଟର ଓଡ଼ିଶା ମୁକୁଟ । ଭୁବନେଶ୍ବର ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏନପିସି ଓପନ ବଡି ବିଲ୍ଡିଂ ଚାମ୍ପିଆନସିପରେ ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା । ଏନପିସି ବଡି ବିଲ୍ଡିଂ ଚମ୍ପିଆନସିପରେ ମିଷ୍ଟର ଓଡିଶା ଟାଇଟଲ ହାତେଇଛନ୍ତି ଜଗନ୍ନାଥ ଖୁଣ୍ଟିଆ । ମହିଳା ବର୍ଗରେ କମାଲ କରିଛନ୍ତି ଓଡ଼ିଆ ଝିଅ ଜ୍ୟୋସ୍ନାରାଣୀ ।

ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ସର୍ବବୃହତ ବଡି ବିଲ୍ଡିଂ ଚାମ୍ପିଆନସିପ । ସାରା ଦେଶରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ପ୍ରାୟ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ପୁରଷ ବର୍ଗରେ ୫୬ଜଣ ଓ ମହିଳା ବର୍ଗରେ ୪ ଜଣ ବଡି ବିଲଡର ପ୍ରତିଯୋଗୀ ରହିଥିଲେ। ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡର ଜଗନ୍ନାଥ ଖୁଣ୍ଟିଆ ସଫଳତା ହାସଲ କରିଛନ୍ତି । ସେ ଓଭରାଲ କ୍ୟାଟେଗୋରୀରେ ଚମ୍ପିଆନ୍ସ ହୋଇଛନ୍ତି । ଏହାସହ ରନର୍ସଅପ ହୋଇଛନ୍ତି ସନ୍ତୋଷ କୁମାର ନାଥ । ଅନ୍ୟପଟେ ୱୋମେନ ଫିଜିକ କ୍ୟାଟେଗୋରୀରେ ଓଡ଼ିଆ ଝିଅ ଜ୍ୟୋସ୍ନାରାଣୀଙ୍କୁ ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି । ସେ ବେଷ୍ଟ ପୋଜର ଆୱାର୍ଡ ମଧ୍ୟ ହାତେଇଛନ୍ତି । ତେବେ ଏନପିସି ବଡି ବିଲ୍ଡିଂ ଚାମ୍ପିଆନସିପ, ଏନପିସି ଓଡ଼ିଶା ବଡି ବିଲ୍ଡିଂ ଫେଡରେସନ ଓ RR-27 ଦ୍ବାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ରାଜ୍ୟର ସର୍ବବୃହତ ବଡି ବିଲ୍ଡିଂ ଚମ୍ପିଆନସିପ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି । ଉଭୟ ମହିଳା ଓ ପୁରୁଷ ବର୍ଗରେ ୭ଟି କ୍ୟାଟେଗୋରୀରେ ଖେଳାଯାଇଛି । ଯେଉଁଥିରେ ୱମେନ୍ସ ଫିଜିକ, ମେନ୍ସ କ୍ଲାସିକ ଫିଜିକ, ମେନ୍ସ ବଡି ବିଲ୍ଡିଂ, ମେନ୍ସ ଫିଜିକ ଓ ଷ୍ଟାର ବଡି ବିଲ୍ଡିଂ ଭଳି କ୍ୟାଟେଗୋରୀରେ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତାରେ ୬ ଲକ୍ଷ ୫୦ ହଜାର ଟଙ୍କା ପ୍ରାଇଜମୋନି ପ୍ରଦାନ କରାଯାଇଛି । ସଫଳ ପ୍ରତିଯୋଗୀମାନେ ଆସନ୍ତା ମେ ମାସରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।