ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ: ଇସ୍ରୋ

ବେଙ୍ଗାଲୁରୁ,ଏଜେନ୍ସି: ଶନିବାର ଚନ୍ଦ୍ରଯାନ ୨ରେ ଯାଇଥିବା ଲ୍ୟାଣ୍ଡର ବିକ୍ରମଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଥିବାବେଳେ ତା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଆଜି ଏହି ଲ୍ୟାଣ୍ଡରବିକ୍ରମର ସନ୍ଧାନ ମିଳିଥିବା ଇସ୍ରୋ ପକ୍ଷରୁ ସୂଚନା ମିଳିଥିବା ଇସ୍ରୋର ମୁଖ୍ୟ କେ. ସିବନ ସୂଚନା ଦେଇଛନ୍ତି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ହୋଇପାରିନାହିଁ। ଚନ୍ଦ୍ରଯାନ ୨ ଅର୍ବିଟରରେ ଲାଗିଥିବା ଅପ୍ଟିକାଲ ହାଇରିଜୋଲୁସନ କ୍ୟାମେରାରେ ଉଠିଥିବା ଫଟୋ ଅନୁସାରେ ଉକ୍ତ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ୫୦୦ମିଟର ଦୂରରେ ଥିବା ଜଣାପଡ଼ିଛି। ଇସ୍ରୋ ବୈଜ୍ଞାନିକ ଅର୍ବିଟର ସାହାଯ୍ୟରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରି ତା’ର କମ୍ୟୁନିକେସନ ସିଷ୍ଟମକୁଚାଳନା କରିବା ପାଇଁ ଚେଷ୍ଟା କରୁଥିବା ଇସ୍ରୋ ପକ୍ଷରୁ କୁହାଯାଉଛି।