କଶ୍ମୀରରେ ୩ ଆଇଏସଆଇଏସ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପଦଚିହ୍ନ ଦେଖିବାକୁ ମିଳିଛି। ସୋମବାର ଜଣେ ସନ୍ଦିିଗ୍ଧ ଆଇସିସ ସଦସ୍ୟ କାସିମ ଖୋରାସାନି ଓ ତା’ର ୨ ଜଣ ସହଯୋଗୀଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ଗିରଫ କରିଛି। ସେମାନେ କଶ୍ମୀର ଘାଟିରେ ଆଇଏସଆଇଏସ ପାଇଁ ନୂଆ ନୂଆ ଯୁବକମାନଙ୍କୁ ସାମିଲ କରୁଥିଲେ।କାସିମ ଖୋରାସାନି ଓରଫ ଓମର ନାସିର ବଟ ଆଇସିସର କଶ୍ମୀର ମଡ୍ୟୁଲର ପ୍ରତିଷ୍ଠାତା ବୋଲି ସନ୍ଦେହ କରାଯାଉଛି। ସେ ଏକ ଆପ୍ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ଆକୃଷ୍ଟ କରି ନିଜର ଆତଙ୍କବାଦୀ ସଂଗଠନରେ ସାମିଲ କରୁଥିଲା ଓ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଥିଲା। ସେ ଆଫଗାନିସ୍ତାନରେ ଥିବା ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ପୂର୍ବରୁ ସନ୍ଦେହ କରୁଥିଲେ, କିନ୍ତୁ ଗତବର୍ଷ ଏପ୍ରିଲରେ ତାକୁ ଅନନ୍ତନାଗରେ ଚିହ୍ନଟ କରାଯାଇଥିଲା। ଗତ ପ୍ରାୟ ଏକ ବର୍ଷ ହେଲା ତାର ଗତିବିଧି ଉପରେ ଗୁଇନ୍ଦା ସଂସ୍ଥାର ନଜର ଥିଲା।