ଆଇପିଏସ ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ, ଏନ୍ଏନ୍ଏସ୍: ଆଇପିଏସ ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ପଦନ୍ନୋତି ସହ ସମସ୍ତ ସୁବିଧା ସୁଯୋଗ ଦେବାକୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ମାଲକାନଗିରିରେ ଏସପି ଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ନକ୍ସଲ ଅପରେସନ ପୁରସ୍କାର ରାଶିକୁ ନେଇ ବିବାଦ ହୋଇଥିଲା। ୨୦୦୭ ଅଗଷ୍ଟ ୨୭ରେ ଜଣେ କୁଖ୍ୟାତ ମାଓବାଦୀ ମାଲକାନଗିରିରୁ ଧରା ପଡିଥିଲା। ସେହି ସମୟରେ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଚରମରେ ରହିଥିଲା। ମାଓବାଦୀଙ୍କ ବିରୋଧୀ ଅଭିଯାନରେ ସୂଚନା ଦାତାଙ୍କୁ ପୁରସ୍କାର ଦେବା ପାଇଁ ୩, ୫୫, ୦୦୦ ଟଙ୍କା ଘୋଷଣା କରାଯାଇଥିଲା। ହେଲେ ପୁରସ୍କାର ବାବଦରେ କେବଳ ୧,୫୫,୦୦୦ ଟଙ୍କା ଦିଆଯାଇଥିଲା। ବାକି ଟଙ୍କାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏନେଇ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କଠାରେ ଏସପି ସତୀଶ ଗଜଭିୟେଙ୍କ ବିରୋଧରେ ଅଭିଯୋଗ ଆସିଥିଲା।