Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜଣେ ଡେଙ୍ଗା ଚିତ୍ରକରର କାହାଣୀ ‘ଯତୀନ ଦାସ’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜଣେ ଡେଙ୍ଗା ଚିତ୍ରକରର କାହାଣୀ ‘ଯତୀନ ଦାସ’

ଜନ୍ମ-ଡିସେମ୍ବର ୨ ତାରିଖ ୧୯୪୧ ମସିହା
ଜନ୍ମସ୍ଥାନ-ବାରିପଦା,ମୟୂରଭଞ୍ଜ. ଓଡ଼ିଶା
ବର୍ତ୍ତମାନ ଠିକଣା-
ପୁରସ୍କାର ଓ ସମ୍ବର୍ଦ୍ଧନା-
ପଦ୍ମ ଭୂଷଣ(୨୦୧୨)
ଉତ୍କଳ ପୁରସ୍କାର(୨୦୦୬)
ଇଟାଲିଆନ୍ ପ୍ରେସିଡ଼େଣ୍ଟ ଆୱାର୍ଡ଼(୨୦୦୭)
ଭାରତ ନିର୍ମାଣ ପୁରସ୍କାର(୨୦୦୭)
ଯତୀନଙ୍କ ବାଲ୍ୟକାଳ ଓ ଜୀବନର ଅୟମାରମ୍ଭ-
ଯତୀନ ଦାସ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ମଧ୍ୟବିତ୍ତ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ସଙ୍ଗୀତ ପ୍ରତି ଏତେ ଆକୃଷ୍ଟ ଥିଲେ ଯେ ଭବିଷ୍ୟତ ଜୀବନ କଳା ଭିତରେ ବାନ୍ଧିହେବା ପାଇଁ ତାହା ଉତ୍ପ୍ରେରକ ଭଳି କାମ କରିଥିଲା । ପରିବାରର ଲକ୍ଷ୍ୟ ଭିନ୍ନ ଥିଲେ ବି ସେ ଚିତ୍ରକଳାରେ କ୍ୟାରିୟର କରିବାକୁ ବମ୍ବେ ପଳାଇଯାଇଥିଲେ । ସେ ବମ୍ବେରେ ୧୯୫୭ରୁ ୧୯୬୨ ପର୍ଯ୍ୟନ୍ତ ପ୍ରଫେସର ଏସ.ବି. ପାଲସିକାରଙ୍କ ନିକଟରେ ଚିତ୍ରକଳାର ପ୍ରସିଦ୍ଧକ୍ଷେତ୍ର ସାର୍ ଜେ.ଜେ.ସ୍କୁଲ୍ ଅଫ୍ ଆର୍ଟରେ ଚିତ୍ରକଳା ଶିଖିଥିଲେ ।

ସେ ୧୯୬୨ ମସିହାରେ ଜେ.ଜେ.ସ୍କୁଲ ଅଫ୍ ଆର୍ଟରେ ନିଜ ପ୍ରଚେଷ୍ଟାରେ ଏକ ଆର୍ଟ ଗ୍ୟାଲେରୀ ଖୋଲିଥିଲେ । ଏହି ପ୍ରଦର୍ଶନ ମନରେ ଏକ ଦୃଢ଼ ବିଶ୍ୱାସ ଜନ୍ମାଇଥିଲା ଯେ ,ସେ ବହୁତ ଆଗକୁ ଯାଇପାରିବେ । ତା ପରେ ସେ ପଛକୁ ଚାହିଁ ଫେରିବାର ଅବକାଶ ମିଳିନାହିଁ । ନିଜର ଚିତ୍ରକଳା ପାଇଁ ସାରା ପୃଥିବୀରେ ଏକ ସ୍ଥାନ ସଂରକ୍ଷଣ କରିପାରିଥିଲେ । ସେ ନିଜ ପ୍ରଚେଷ୍ଟାରେ ୬୮ରୁ ଅଧିକ ଏକକ ପ୍ରଦର୍ଶନ ବିଶ୍ୱର ବିଭିନ୍ନ ସ୍ଥାନରେ କରିପାରିଛନ୍ତି । ସେ ଗ୍ରାଫିକ୍ସ ଓ କୋଣ୍ଟେ ଡ଼୍ରଇଁରେ ମଧ୍ୟ ବିଶ୍ୱବିଖ୍ୟାତ ଆର୍ଟିଷ୍ଟ ଭାବରେ ନିଜର ସୁନାମ ଆଣିବା ସହ ଭାରତ, ଜର୍ମାନ,ୟୁକେ ଆଦିଦେଶରେ ନିଜର ପରାକାଷ୍ଠା ଦେଖାଇ ପାରିଛନ୍ତି । ଏହା ମଧ୍ୟ ବିଶ୍ୱର ବଡ଼ ବଡ଼ ପ୍ରଦର୍ଶନୀରେ କଳାକୁ ଭଲ ପାଇବାର ସ୍ୱରୂପ ଅକ୍ସନରେ କିଣିନେଇଛନ୍ତି ବିଖ୍ୟାତ ଲୋକମାନେ । ସେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ଉପଦେଷ୍ଟା ଭାବେ କାମ କରିଛନ୍ତି । ଦେଶବିଦେଶର ବିଭିନ୍ନ ଆର୍ଟ ଓ କଲଚର କାର୍ଯ୍ୟକ୍ରମରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଦିଲ୍ଲୀର ପୋଏଟ୍ରି ସୋସାଇଟର ଜଣେ ପ୍ରତିଷ୍ଠାତା ସଦସ୍ୟ । ସେ ନିଜେ ମଧ୍ୟ ଜେ.ଡି. ସେଣ୍ଟର ଅଫ୍ ଆର୍ଟ ପ୍ରତିଷ୍ଠା କରି ପାରମ୍ପରିକ ଓ ସମକାଳୀନ ଚିତ୍ରକଳା ଓ ପ୍ଲାଷ୍ଟିକ୍ ଆର୍ଟର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି । ସେ ମଧ୍ୟ ବିଶ୍ୱରେ ପଙ୍ଖା(ବିଞ୍ଚଣା) ସଂଗ୍ରହ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ସେ ବିଭିନ୍ନ ଦେଶରୁ ୫ ହଜାରରୁ ଊଦ୍ଧ୍ୱର୍ ହାତ ତିଆରି ପଙ୍ଖା ସଂଗ୍ରହ କରିଛନ୍ତି । ଏହା ଏବେ ଇନ୍ଦିରା ଗାନ୍ଧୀ ନେସନାଲ୍ ସେଣ୍ଟର ଫର କ୍ରାଫ୍ଟରେ ପ୍ରଦର୍ଶିତ ହେବା ପାଇଁ ସଂରକ୍ଷିତ କରାଯାଇଛି । ସେ ଭିଜିଟିଂ ଫ୍ରଫେସର ଭାବେ ଜାମିଆ ମିଲ୍ଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକରିବା ସହ ନେସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଓ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ ଆଣ୍ଡ ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ରେ ଶିକ୍ଷାଦାନ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ପଥ ପଦର୍ଶକ ହୋଇପାରିଛନ୍ତି । ତାଙ୍କର ମଧ୍ୟ ଦ ଆର୍ଟ ଅଫ୍ ଯତୀନ ଦାସ,ପୋଏମ୍ସ ବାଏ ଯତୀନ ଦାସ ଦୁଇଟି ବହି ପ୍ରକାଶିତ ହୋଇଛି । ଓଡ଼ିଶା ଐତିହ୍ୟ, ପରମ୍ପରା ଓ ସଂସ୍କୃତିରେ ଜଡ଼ିତ ରହିବା ସହ ଭୁବନେଶ୍ୱରରେ ୧୯୯୭ରେ ପ୍ରତିଷ୍ଠା କରିଛନ୍ତି ଜେ.ଡି ସେଣ୍ଟର ଫର ଆର୍ଟ । ସେ ସାମାଜିକ କାମରେ ମଧ୍ୟ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି । ଓଡ଼ିଶାରେ ୧୯୯୯ ମସିହାର ସଂଘଟିତ ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କ ପାଇଁ ତାଙ୍କର ଅବଦାନ ଅନେକ ରହିଛି । ସେ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ରିଲିଫ୍ ସହିତ ସହାୟତାର ହାତ ବଢ଼ାଇବା ସହିତ କେତେକ ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଅନେକ ଶ୍ରମ ଓ ସେବା ପ୍ରଦାନ କରିଛନ୍ତି ।

ଯତୀନ ଦାସ । ଓଡ଼ିଶାର ଅନ୍ୟ ଜଣେ ବରପୁତ୍ର । ଓଡ଼ିଶା ନୁହେଁ କି ଭାରତ ନୁହେଁ ସାରା ବିଶ୍ୱରେ ନିଜର ପରାକାଷ୍ଠା ଦେଖାଇ ପାରିଛନ୍ତି । ଚିତ୍ରଚୌହଦିରେ ନିଜ ଛାଇର ଚିତ୍ର ଆଙ୍କିବାବେଳେ ପବନ ବି ସେଇ ଛାଇର ନାମକରଣ କରିଦେଇପାରେ । ଯତୀନ ଦାସ ନାମକ ଜଣେ ବିଖ୍ୟାତ ଚିତ୍ରକରର ଚିତ୍ର କେହିଜଣେ ଅଦୃଶ୍ୟ ହାତର ତୂଳୀ ଧରି ହୃଦୟ କାନ୍ଥରେ ଆଙ୍କିଦେଇ ସାଇତି ରଖିପାରେ ଲକ୍ଷେ ବର୍ଷ ଯାଏ । ରାସାୟନିକ ରଙ୍ଗରେ ନିଜ ଜୀବନର ରଙ୍ଗକୁ ମିଶେଇ ଯେଉଁ ସ୍ମୃତିର ସବଡ଼ିଭିଜନରେ ମାର୍ଫତଦାର ହେଲେ ସେଇ ତ ତାଙ୍କ ଜୀବନର ପାରିବାପଣିଆ । ଯେତେ ଶହ ଫୁଟର ଷ୍ଟାଚ୍ୟୁ ଅଫ୍ ଆର୍ଟିଷ୍ଟ ନିର୍ମାଣ କଲେ ବି ତାହା ଯତୀନ ଦାସଙ୍କ ବ୍ୟକ୍ତିତ୍ୱ ନିକଟରେ କମ୍ ପଡ଼ିବ । ସେ ଚିତ୍ର ହେଉ କି ଚରିତ୍ର କଳା ଜୀବନର ମାୟାରେ ମିରାକଲ୍ । ସେ କଳା ଓ କାରିଗରୀର ଗହୀରମଥାରେ ନିର୍ମାୟା ପବନର କାନି ଧରି ଚିତ୍ର ଆଙ୍କୁ ଆଙ୍କୁ ମଣିଷ କି ମହାପୁରୁଷର ଛାଇରେ ବାଟ ଚାଲନ୍ତି ନାହିଁ । ନିଜ ପାଇଁ ନିଜେ ତିଆରି କରିଥିବା ଛାୟାପଥ ହିଁ ନିଜର ଗନ୍ତବ୍ୟ । ସେ ପ୍ରତିଷ୍ଠାର ଯେଉଁ ସ୍ତରରେ ପହଞ୍ଚିଲେ ବି ନିଜକୁ ଓଡ଼ିଆ ବୋଲି ଗର୍ବ କରିବାରେ ମନରେ ନାହିଁ ଟିକେ ହେଲେ ବି ଦ୍ୱିଧାବୋଧ । ସମୟ ଇତିହାସର ଆଉ ଏକ ନୂତନପ୍ରସ୍ତର ଯୁଗ କରି କାନ୍ଥରେ ଆଙ୍କିଦେଇଯିବ ଏହି ମହାନୁଭବ ଚିତ୍ରକରଙ୍କ ଚିତ୍ର । ସେହି ଚିତ୍ରକରଙ୍କୁ ଆମ ବ୍ୟକ୍ତିତ୍ୱ ପୃଷ୍ଠାରେ ସ୍ଥାନିତ କରିବାର ଛୋଟ ପ୍ରୟାସଟିଏ ମାତ୍ର ।

୧-ବିଶ୍ୱସ୍ତରର ମାନ୍ୟତା ପାଇଥିବା ଜଣେ ଚିତ୍ରକର ପାଇଁ ଆଞ୍ଚଳିକ ପ୍ରୀତି ରହିବାର ଆବଶ୍ୟକତା ଥାଇପାରେ କି ?
ଉ-ସବୁକଥାରେ ବିଶ୍ୱ ଲଗାଇବାର ଅର୍ଥ କିଛି ଥାଇ ନପାରେ । ଓଡ଼ିଶା ବିଶେଷକରି ଭାରତରେ ଏହି ଭାବନା ଖୁବ୍ ଅଧିକ । ପ୍ରଥମେ ନିଜ ମାଟି, ରାଜ୍ୟ କି ଦେଶର କଥା ଭାବିବା ଦରକାର । ଯଦି ନିଜ ମାଟିର ସୁଯୋଗ୍ୟତା ଦାୟାଦ ହିସାବରେ ସଂଗ୍ରହ କରିପାରିଲା, ତାହା କଣ ବିଶ୍ୱ ମାନଚିତ୍ରରେ ସ୍ଥାନିତ ହୋଇପାରିବ ନାହିଁ । ନିଜର କର୍ମ ହିଁ ବିଶ୍ୱ ଦେଖାଇପାରେ, ତା ବ୍ୟତିରେକେ ନିଜର ଦୁନିଆ ଛାଡ଼ି ବିଶ୍ୱରେ ପହଞ୍ଚିବାର କିଛି ଆବଶ୍ୟକତା ରହିଛି କି ?

୨-ଆଧୁନିକ ଚିତ୍ରକଳାର ଆପଣ ଆଦର୍ଶ ନୁହନ୍ତି ବରଂ ଏକ ଅଧ୍ୟାୟ, ଏହାର ପକ୍ଷପାତିତାକୁ ନେଇ କଣ ରହିବ ଆପଣଙ୍କ ମତ ?
ଉ-ଆଦର୍ଶ କି ଅଧ୍ୟାୟ ଏହାର ଆକଳନ କେବେ କରିବାକୁ ସମୟ ପାଇନାହିଁ । କାମ କରି ଚାଲିଛି, ବାସ୍ ସେତିକି ହିଁ ମୋ ଜୀବନର ଆୟୁଧ । ପାଇବା କି ହରେଇବାର ସମୀକରଣ ହିଁ ସମୟ କରିବ । ମୁଁ ମାଧ୍ୟମକୁ ନେଇ ଯେତିକି ମୋ କର୍ମରେ ବିଶ୍ୱାସ ରଖିଛି, ସେହି ମୋର ନୈତିକ ସାହସ । ଏହା ବ୍ୟତୀତ ଆଉ କିଛି କଥାକୁ ବିଶ୍ୱାସ ରଖେନାହିଁ ।

୩-ଅନେକ କୁହନ୍ତି ଓଡ଼ିଆମାନଙ୍କୁ ଆପଣ ଖୁବ୍ ରାଗନ୍ତି, ଏହାର ସତ୍ୟତା କଣ ଥାଇପାରେ ?
ଉ-ମୁଁ କେବେ କୌଣସି ସମୟରେ ଓଡ଼ିଆଙ୍କ ଉପରେ ରାଗିବାର କିଛି କାରଣ ନାହିଁ କିମ୍ବା କୌଣସି ପ୍ରମାଣ ବି ନାହିଁ । ଓଡ଼ିଶା ମୋର ଘର, ମୋର ଜୀବନଧାରା ଭିତରେ ଓଡ଼ିଆତ୍ୱର ଧାରା ପ୍ରବାହିତ । ମୁଁ ଓଡ଼ିଶାରେ କିଛି ହେଉ ବୋଲି ସ୍ୱପ୍ନ ଦେଖେ । ମୁଁ ଓଡ଼ିଆକୁ ମୋ ଜୀବନଧାରା ସହିତ ମିଶେଇ ରଖିଛି ବୋଲି ଓଡ଼ିଶାର କଳା,ସଂସ୍କୃତିର ଉନ୍ନତି ପାଇଁ ଜେ.ଡି ସେଣ୍ଟର ଫର ଆର୍ଟ ସ୍ଥାପନ କରିଛି । ଓଡ଼ିଶାର ମହାନ ସଂସ୍କୃତି କିଭଳି ବିଶ୍ୱରେ ବିଦିତ ହେବ ସେଥିପାଇଁ ପ୍ରୟାସ ଜାରି ରଖିଛି । ବିଶ୍ୱର ବିଭିନ୍ନ ଦେଶ ବୁଲିଛି, ଦେଖିଛି ଜାଭା,ମାଳୟ,ବାର୍ଲି ଭଳି ଦେଶରେ ଓଡ଼ିଆ କଳା,ସଂସ୍କୃତି ବଞ୍ଚି ରହିଛି । ମୋର ରାଗିବାର କାରଣ ଏହା ଯେ , ଆମେ ଆମର ନିଜସ୍ୱତାକୁ ଭୁଲି ଅନୁକରଣ କରିବାର ମାନେ କିଛି ନାହିଁ । ଓଡ଼ିଶାର ସୀମାପାର ହେଲେ ଜଣେ ଓଡ଼ିଆଙ୍କ ସହ ଦେଖାହେଲେ ବି ହିନ୍ଦୀ, ଇଂରାଜୀରେ କଥା ହେବା କିମ୍ବା ନିଜକୁ ଓଡ଼ିଆ ବୋଲି ପରିଚୟ ନଦେବା ବଡ଼ ଦୁଃଖ ଓ ଲଜ୍ୟାଜନକ କଥା । ମୁଁ ସେହିମାନଙ୍କୁ ରାଗେ ଯେଉଁମାନେ କଥା ରଖନ୍ତି ନାହିଁ, ମିଛ କୁହନ୍ତି,ଯିଏ ଅନ୍ୟ ନାଁରେ ଏଠିସେଠି ଗପେ । ମୁଁ ଷାଠିଏ ବର୍ଷ ହେଲା ବାହାରେ ଅଛି, କେବେ କହିନାହିଁ ମୁଁ ଓଡ଼ିଆ ଭୁଲିଯାଇଛି,ଲେଖିପାରୁନି, କହିପାରୁନି ଆଦି ବାହାନା କରେ ନାହିଁ । ଯେଉଁମାନେ ଛଅମାସ ବାହାରେ ରୁହନ୍ତି,ହିନ୍ଦୀ କି ଇଂରାଜୀରେ କଥା ହୁଅନ୍ତି । ସେହିମାନଙ୍କୁ ହିଁ ପ୍ରକୃତରେ ରାଗେ ଯେଉଁମାନେ ନିଜର ଭାଷା,ଖାଦ୍ୟ,ସଂସ୍କୃତି ପ୍ରତି ତୁଚ୍ଛ ଭାବନା ଥାଏ । ମୁଁ ମୋ ଜାତି, ମାଟି ପାଇଁ ଗର୍ବ କରିପାରିବିନି କାହିଁକି ? ଅନେକ ଓଡ଼ିଆ ନିଜକୁ ଓଡ଼ିଆ ବୋଲି ପରିଚୟ ଦିଅନ୍ତି ନାହିଁ,ସେମାନଙ୍କ ଉପରେ ମୁଁ ରାଗେ ।

୪-ଆପଣଙ୍କ ଦୃଷ୍ଟିରେ ଗାଁକୁ କେଉଁ ଦୃଷ୍ଟିରେ ଦେଖନ୍ତି ?
ଉ-ଗାଁର ପରିବେଶ ଆମମାନଙ୍କର ମାନସିକତାର ନଷ୍ଟ ହୋଇସାରିଲାଣି । ସମୟଥିଲା ଗାଁରେ ସ୍ୱତନ୍ତ୍ରଭାବେ ଜୀବନଶୈଳୀ ଥିଲା । ବାଡ଼ିଘରରେ ପନିପରିବା ଚାଷ ହେଉଥିଲା, ଯୌଥ ପରିବାର ସହ ପରସ୍ପର ଭିତରେ ଏକ ମମତ୍ୱବୋଧ ଥିଲା । ପର୍ବପର୍ବାଣୀରେ ପିଠାପଣାରେ ଘର ମହକି ଉଠୁଥିଲା । ଶୀତଦିନେ କି ଖରାଦିନେ ପ୍ରସ୍ତୁତ ହୋଇ ରହୁଥିବା ବଡ଼ି ଭଳି ଶୁଖିଲା ଦ୍ରବ୍ୟ ବର୍ଷାଦିନକୁ ସାଇତା ହୋଇରହୁଥିଲା । ମୋର ମନେ ଅଛି ଆମବାଡ଼ିରେ କେମିତି ପନିପରିବା ଚାଷ ହେଉଥିଲା, ପୂଜାବେଳେ ବାଡ଼ିରୁ କଦଳୀଗଛ କଟାହୋଇ ପୂଜା ମଣ୍ଡପରେ ଲାଗୁଥିଲା । ଏବେ କିନ୍ତୁ ବଦଳିଯାଇଛି ଏହି ମାନସିକତା । କାହା ଭିତରେ ସେଭଳି ସୌହାର୍ଦ୍ଦ୍ୟ ଥିଲା ଭଳି ଲାଗୁନାହିଁ । ଅନ୍ୟର ସଂସ୍କୃତି ପରମ୍ପରାକୁ ଉଧାର ଆଣି ବଞ୍ଚିବାର ପ୍ରୟାସ କରାଗଲା ଭଳି ଲାଗୁଛି । ଆମ ରାଜ୍ୟରେ ୫୪ଟି ଅଞ୍ଚଳରେ ରାଜତ୍ୱ ଥିଲା । ସେତେବେଳେ ସେମାନେ ୧୦ମାଇଲ କି କୋଡ଼ିଏ ମାଇଲ ରାସ୍ତାରେ ଆମ୍ବ ସହ ବିଭିନ୍ନ ଫଳଗଛ ଲଗାଇଥିଲେ । ତାହାର କାରଣ ଥିଲା ରାସ୍ତାରେ ଗଲାବେଳେ ବାଟୋଇ ଛାଇ ପାଇବା ସହ ଭୋକିଲା ଲୋକ ମଧ୍ୟ ଫଳ ଆହାର କରି ନିଜର ଭୋକ ମେଣ୍ଟାଇ ପାରିବ । ଏହିଭଳି ତତ୍ତ୍ୱକୁ ନେଇ ବଞ୍ଚିଥିବା ସମାଜ ଆଜି ପଞ୍ଜାବୀ କି ପଶ୍ଚିମ ସଂସ୍କୃତିକୁ ନେଇ ବଞ୍ଚିବାକୁ ଚାହୁଁଛି । ଏହାଠାରୁ ବଡ଼ ଦୁର୍ଭାଗ୍ୟଜନକ କଥା କଣ ଥାଇପାରେ ।

୫-କବି,ଚିତ୍ରକର କିମ୍ବା କଳାକାର ସମାଜର ଭୂମିକା କିଭଳି ଭାବେ ତୁଲାଇଥାଏ ?
ଉ-ସାମାଜିକ ସଂରଚନା ବିଭିନ୍ନ ପ୍ରକାର ଭଙ୍ଗାଗଢ଼ା କି ଆଧୁନିକୀକରଣକୁ ନେଇ ହୋଇ ନଥାଏ । ରାସ୍ତାଘାଟରୁ ଆରମ୍ଭ କରି ପୁଣି ଉଡ଼ାଜାହାଜ କି ମହାକାଶଯାନ ତିଆରି କରିବା ପର୍ଯ୍ୟନ୍ତ ସବୁରି ମୂଳରେ ସୃଜନଶୀଳତା ଦରକାର । ଯେଉଁ ସୃଜନଶୀଳତା ବିଭିନ୍ନ ରୂପରେ ପ୍ରତୀୟମାନ ହୋଇପାରେ । ଏହି ସୃଜନଶୀଳତାର ଧାରକ କବି, କଳାକାର କି ଚିତ୍ରକର ବି ହୋଇପାରନ୍ତି । ସୃଜନଶୀଳତାରେ ଥିବା ସୌନ୍ଦର୍ଯ୍ୟବୋଧ ହିଁ ସବୁପ୍ରକାର ଗବେଷଣା କି ଉଦ୍ଭାବନ ପଛରେ ରହିଛି । ଯିଏ ଯେଉଁପ୍ରକାର କାର୍ଯ୍ୟକରୁଛି ତାହା ପଛରେ କଣ ସୃଜନଶୀଳତା ନାହିଁ କି ?

୬-ଚିତ୍ରକଳାକୁ ଓଡ଼ିଶାରେ ଆଜିଦିନ ଯାଏ ଗୁରୁତ୍ୱ ଦିଆଯାଉଛି କି , ଆପଣ ଜଣେ ବିଖ୍ୟାତ ଆର୍ଟିଷ୍ଟ ହିସାବରେ ଆପଣଙ୍କୁ କେହି ପଚାରିଛନ୍ତି?
ଉ-ଚିତ୍ରକଳାକୁ ଆଜିଦିନ ଯାଏ ବି ଗୁରୁତ୍ୱ ଦିଆଯାଇପାରିନାହିଁ । ଓଡ଼ିଶାରେ ଲୋକଙ୍କ ମାନସିକତା ଅନୁକରଣରେ ରହିଥିବାବେଳେ ନିଜ ପରିଚୟ,ପୂର୍ବପୁରୁଷକୁ ଜାଣିବାର ଆଗ୍ରହ ପ୍ରକାଶ କରିନାହିଁ । ଆମ ଓଡ଼ିଶାରେ ଏମିତି ସ୍ଥାନ କି ଏମିତି ଲୋକ ଅଛନ୍ତି ଯେ ଯାହା ଆମେ ବି ଜାଣିନାହାନ୍ତି । କିନ୍ତୁ ଚା ଦୋକାନ କି ଜଳଖିଆ ଦୋକାନ ଖଟିରେ ଲଣ୍ଡନ, ଜାପାନ କଥା ହେଉଛେ । ଓଡ଼ିଶାର ପରମ୍ପରା କେତେ ମହାନ, ଏହାର ଐତିହ୍ୟ କେତେ ଗରୀୟାନ୍ ତାହା ଜାଣିବାର ଅବକାଶ ନରଖି ଯଦି ବାସ୍ତବତା ନଥିବା କଥା ପ୍ରତି ଆଲୋଚନା କରିବା ଲାଭ କଣ ମିଳିବ ? ଖାଲି ଚିତ୍ରକଳା ନୁହେଁ ଆମେ ଆମର ପରିଚୟ ସୃଷ୍ଟି କରିଥିବା କୌଣସି କଥାକୁ ବି ଗୁରୁତ୍ୱ ଦେଇପାରିନାହାନ୍ତି । ମୋ କଥା ଛାଡ଼ନ୍ତୁ,ଓଡ଼ିଶାର ଜଣେ ଚିତ୍ରକର ମୁରଲୀଧର ଟାଲି କୋଲକାତା ସରକାରୀ ଆର୍ଟ କଲେଜର ଗୋଲ୍ଡ ମେଡ଼ାଲିଷ୍ଟ ଓ ବିଖ୍ୟାତ ଆର୍ଟିଷ୍ଟ, ହେଲେ ଓଡ଼ିଶାର ଜଣେ କେହି ଲୋକ ତାଙ୍କୁ ଜାଣିଛନ୍ତି ? ଆଜିଦିନ ପର୍ଯ୍ୟନ୍ତ ଚିତ୍ରକଳାକୁ ଗୁରୁତ୍ୱ ଦିଆଯାଇପାରିନାହିଁ ।

୭-ଆଧୁନିକ ଚିତ୍ରକଳାର ଭାବ ଭିତରେ ଶବ୍ଦର ନିରବତା କାହିଁକି ଅନେକଙ୍କୁ ଅବୁଝା କରି ରଖିଥାଏ, ଚିତ୍ର ବା ଚିତ୍ରକରଙ୍କୁ ବୁଝିବାକୁ ସାଧାରଣମଣିଷକୁ କାହିଁକି କଷ୍ଟ ହୁଏ ?
ଉ-ସବୁବେଳେ ଯେକୌଣସି ଜିନିଷର ଅନ୍ତର୍ନିହିତ କଳାକୁ ବୁଝିବା ଦରକାର । ଚିତ୍ରକଳା କଥା ଛାଡ଼ିଦିଅନ୍ତୁ ସାଧାରଣ ଜୀବନରେ ଯେଉଁ ବିଷୟରେ ଭିତରକୁ ନପଶିଛ, ତାହା ବୁଝିବା,ବୁଝେଇବା କିମ୍ବା ସମାଧାନ କରିବା ସହଜ ହୋଇ ନଥାଏ । ଆମେ ଦୈନନ୍ଦିନ ଜୀବନରେ ସେସବୁକୁ ନିରନ୍ତର କରୁଥିବା କାରଣରୁ ଆମକୁ ତାହା ଏତେ କଷ୍ଟ ଜଣାପଡ଼ି ନଥାଏ । ଚିତ୍ରକଳା ପ୍ରତି ସାଧାରଣଲୋକଟିର ଆଗ୍ରହ ନଥିବାରୁ ବା ନିଜର ବୌଦ୍ଧିକତାକୁ ଏହି ଦିଗରେ ବ୍ୟବହାର କ୍ଷେତ୍ରରେ ଲଗାଇପାରୁ ନଥିବାରୁ ଚିତ୍ରକଳାର ସୁକ୍ଷ୍ମ ଅନୁଭବ ଓ ସୌନ୍ଦର୍ଯ୍ୟବୋଧକୁ ଜଣକୁ ବୁଝିବା କଷ୍ଟକର ହୋଇଥାଏ ।

୮-ଆପଣଙ୍କ ଚିତ୍ରରେ ନ୍ୟୁଡ଼ିଡ଼ିଟି(ଅଶ୍ଳୀଳତା)କୁ ଗୁରୁତ୍ୱ ଦେଉଛନ୍ତି କେହି କେହି ମତବ୍ୟକ୍ତ କରିଥାନ୍ତି, ଏ ସମ୍ପର୍କରେ କଣ କହିବେ?
ଉ-ଅଶ୍ଳୀଳତା ଅନେକଙ୍କର ଏକ ମାନସିକତା । ପ୍ରକୃତରେ ଜୀବନର ସୌନ୍ଦ୍ୟର୍ଯ୍ୟବୋଧ ଓ ଲାଳିତ୍ୟତା ବୁଝିବାକୁ ଯାହାକୁ ବ୍ୟାପକ ଅର୍ଥରେ ନିଆଯାଇପାରେ, ତାହା ଏକ ମାଧ୍ୟମ ହୋଇପାରେ । ପ୍ରକୃତିର ଆତଯାତ ଯେକୌଣସି ଜୀବକୁ ଆପଣ ପୋଷାକ, ଗହଣା କି ଆଉ କେଉଁ ଉପମାରେ ଢ଼ାଙ୍କି ମୂଳ ମୌଳିକତାରୁ ତାର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ କି ? ବରଂ ତାହା କିମ୍ଭୁତ କିମ୍ବାକାର ହୋଇଯିବା ସାର ହେବ । ଠିକ୍ ସେମିତି ଯେକୌଣସି ଚିତ୍ର ତାର ନ୍ୟାୟିକ ମୂଲ୍ୟ ପାଇବାକୁ ଖୋଲା ମନ ଓ ହୃଦୟ ଦରକାର ।
୯ -ଜୀବନରେ ଚିତ୍ର ଓ ଚରିତ୍ରକୁ ଫେଣ୍ଟି ନୂଆ ଅନୁଭବ ନେଇ ହେବ କି ?
ଉ-ଚିତ୍ର ଓ ଚରିତ୍ର ଭିନ୍ନ ନୁହନ୍ତି । ଉଭୟ ଉଭୟଙ୍କର ପ୍ରତିଫଳନ । ଅନୁଭବର ଅନ୍ତର୍ଦୃଷ୍ଟିରେ ଚିତ୍ରକରଟିଏ ହିଁ ବଞ୍ଚିରହିଥାଏ ।

୧୦ -ସଂସ୍କୃତି ଅବକ୍ଷୟର କାରଣ କଣ ରହିଛି ?
ଉ-ସଂସ୍କୃତିର ଅବକ୍ଷୟ ପାଇଁ ବେଶୀକରି ଶିକ୍ଷିତ ମାନେ ହିଁ ଦାୟୀ । ମୁଁ ଦେଖିଛି ବାହାରେ କାମଦାମ କରୁଥିବା ଲୋକମାନେ ପର୍ବପର୍ବାଣୀ ପଡ଼ିଲେ ଗାଁକୁ ଆସିଥାନ୍ତି । ଶିକ୍ଷିତମାନେ ସହର ଛାଡ଼ି ଗାଁକୁ କ୍ୱଚିତ୍ ଆସନ୍ତି । ପ୍ରକୃତରେ ଦେଖିବାକୁ ଗଲେ ସାଧାରଣଲୋକମାନେ ସବୁଯାକ ପର୍ବପର୍ବାଣୀକୁ ଧୁମ୍ଧାମ୍ରେ ପାଳନ କରନ୍ତି । ସଂସ୍କୃତି ଆମର ସୁମହାନ କୀର୍ତ୍ତି ଏହାକୁ ଭୁଲିଯିବା ଉଚିତ୍ ନୁହେଁ ।

୧୧-ଅତିମାନସ ସ୍ତରରକୁ ଚିତ୍ରକଳାରେ କେମିତି ଗ୍ରହଣ କରନ୍ତି ?
ଉ-ସୃଜନଶୀଳତା ହିଁ ଅତିମାନସ ସ୍ତରରୁ ଆରମ୍ଭ ହୁଏ । ସାଧାରଣର ଊଦ୍ଧ୍ୱର୍ରେ ଥିଲେ ବି ଅସାଧାରଣକୁ ଧାରଣ କରେ ।

୧୨-ଆପଣ ଓଡ଼ିଶା ପାଇଁ କଣ ସ୍ୱପ୍ନ ଦେଖିଛନ୍ତି ?
ଉ-ମୁଁ ଓଡ଼ିଶା ପାଇଁ ବହୁତ ସ୍ୱପ୍ନ ଦେଖିଛି । କିନ୍ତୁ ସେତିକି ସହଯୋଗର ହାତ କେହି ବଢ଼ାଇ ନାହାନ୍ତି । ମୁଁ ମଡ଼େଲ ସ୍କୁଲଟିଏ କରିବାକୁ ଚାହୁଁଛି,ଯେଉଁଥିରେ ଓଡ଼ିଶାର କଳା,ସଂସ୍କୃତି,ଐତିହ୍ୟ ସହିତ ଜନଜୀବନର ପେଣ୍ଟିଂ ରଖିବାକୁ ଚାହୁଁଛି ଫଳରେ ଓଡ଼ିଶାର ପୁରାତନ ସମୟର ପ୍ରତିଫଳନ ପରବର୍ତ୍ତୀ ପିଢ଼ି ଜାଣିପାରିବେ । ସ୍ୱାର୍ଥକୈନ୍ଦ୍ରିକ ସମସ୍ତେ ହୋଇଯାଇଥିବା କାରଣରୁ କାହାର ସହଯୋଗ ଠିକ୍ ଭାବରେ ରହିପାରୁନାହିଁ ।

୧୩- ଆପଣ ଓଡ଼ିଶାରେ ଜେ.ଡ଼ି.ସେଣ୍ଟର ଫର ଆର୍ଟ ନାମରେ ଯେଉଁ ସଂସ୍ଥା ପ୍ରତିଷ୍ଠା କରିଛନ୍ତି,ଏହାର ଲକ୍ଷ୍ୟ କଣ ରହିବ ?
ଉ-ମୁଁ ଏହି ସେଣ୍ଟର କରିବାର କାରଣ ଏହା ଚିତ୍ର ଓ ହସ୍ତଶିଳ୍ପର ଗ୍ୟାଲେରୀଟିଏ କରିବାକୁ ଚାହୁଁଛି । ଯାହା ଭବିଷ୍ୟତ ପାଇଁ ଏକ ଓଡ଼ିଶାର ବିଲୁପ୍ତ ଓ ସମସାମୟିକ କଳାର ନମୁନା ହୋଇରହିବ । ଏଥିରେ ୨୬ଟି ଗ୍ୟାଲେରୀ ରହିବ, ଯେଉଁଥିରେ କଣ୍ଢେଇ, ଚାନ୍ଦୁଆ,କଂସାପିତ୍ତଳ, ଚିତ୍ର, ମୁଖା, ପଙ୍ଖା,ହସ୍ତଶିଳ୍ପ ଆଦି ସ୍ଥାନ ପାଇବ । ମୁଁ ଦୀର୍ଘ ଷାଠିଏ ବର୍ଷ ଧରି ଦେଶବିଦେଶରୁ ଯାହା ସଂଗ୍ରହ କରିଛି, ତାହା ଏଠାରେ ସୁରକ୍ଷିତ ଭାବେ ରହିବ ।

୧୪-ଆପଣଙ୍କ କଳା, ସଂସ୍କୃତିକୁ ନେଇ ଦୁଃଖ କଣ ?
ଉ-ଓଡ଼ିଶାରେ ଆର୍ଟ ସେଣ୍ଟରଟିଏ କରିବାର ଲକ୍ଷ୍ୟ ମୋର ଅନେକ । ମୁଁ ଚାହିଁଥିଲେ ଦିଲ୍ଲୀରେ କରିପାରିଥାନ୍ତି । ସେଠାରେ ଅନେକ ସହଯୋଗ ମଧ୍ୟ କରିଥାନ୍ତେ । ଏଠାରେ କାହିଁକି କରିଛି ? ମୁଁ ଚାଳିଶ ବର୍ଷ ଧରି ସରକାରଙ୍କୁ ଚିଠି ଲେଖୁଛି ଓଡ଼ିଶାରେ ଗୋଟେ ପ୍ରିଣ୍ଟିଂ ମ୍ୟୁଜିୟମ ହେଉ ଓ ଏକ୍ଜିଭିସନ୍ କରାଯାଇ ଓଡ଼ିଆ ଯୁବ ଚିତ୍ରକରଙ୍କୁ ନେଇ ବହିଟିଏ ବାହାର କରାଯାଉ, ତାହା ଆଜିଯାଏ ସମ୍ଭବ ହୋଇପାରିଲା ନାହିଁ । ମୁଁ ଅନେକ ଲକ୍ଷ୍ୟ ରଖି ବହୁତ କାମ ହାତକୁ ନେଇ କରୁଛି, ଦେଖାଯାଉ କଣ ହେଉଛି।