ପୁଣି ସ୍ୱଚ୍ଛତାରେ ବାଜି ମାରିଲା ଇନ୍ଦୋର

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ର ଫଳାଫଳ ସାମ୍ନାକୁ ଆସିଛି । ଖାସ୍ କଥାଟି ହେଲା, ଲଗାତାର ଅଷ୍ଟମ ଥର ପାଇଁ ଇନ୍ଦୋର ସ୍ୱଚ୍ଛତା ମାମଲାରେ ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ଗୁଜରାଟର ସୁରଟ ଓ ତୃତୀୟ ସ୍ଥାନରେ ନବୀ ମୁମ୍ବାଇ ସ୍ଥାନ ପାଇଛି । ଭାରତର ପରିଷ୍କାର ମେଗା ସହର ରୂପେ ଗୁଜରାଟର ଅହମ୍ମଦାବାଦ ରହିଛି । ସେହିପରି ପରିଷ୍କାର ମଧ୍ୟମ ସହର ରୂପେ ନାସିକ ଓ ପରିଷ୍କାର ଛୋଟ ସହର ରୂପେ ଦିଲ୍ଲୀକୁ ବଛା ଯାଇଛି । ଦିଲ୍ଲୀରେ ଆୟୋଜିତ ସ୍ୱଚ୍ଛତା ସର୍ବେକ୍ଷଣ ଆୱାର୍ଡ ୨୦୨୨କୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ଏହା ଦୁନିଆର ସବୁଠୁ ବଡ଼ ସ୍ୱଚ୍ଛତା ସର୍ଭେ । ୨୦୧୬ରେ ଏହାକୁ ୭୩ ସହରରେ ପାଇଲଟ ପ୍ରୋଜେକ୍ଟ ରୂପେ ଆରମ୍ଭ କରାଯାଇଥିଲା । ଅନ୍ୟପଟେ ୨୦୨୨ରେ ୪,୩୫୫ ସହର ଏହି ସ୍ୱଚ୍ଛତା ସର୍ଭେରେ ଭାଗ ନେଇଛନ୍ତି ।