Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସବୁଠୁ ବଡ ଡିଲ, ୫୦୦ ନୂଆ ବିମାନ କିଣିବ ଇଣ୍ଡିଗୋ ଏୟାରଲାଇନ୍ସ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସବୁଠୁ ବଡ ଡିଲ, ୫୦୦ ନୂଆ ବିମାନ କିଣିବ ଇଣ୍ଡିଗୋ ଏୟାରଲାଇନ୍ସ

ନୂଆଦିଲ୍ଲୀ: ଦେଶ ଓ ଦେଶ ବାହାରେ ନିଜ ବ୍ୟବସାୟିକ ନେଟଓ୍ବାର୍କକୁ ସମ୍ପ୍ରସାରିତ କରିବା ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ବଜେଟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ । ଏୟାରଲାଇନ୍ସ ଅଗ୍ରଣୀ ବିମାନ ନିର୍ମାଣକାରୀ କମ୍ପାନୀ ଏୟାରବସ ଠାରୁ ୫୦୦ ନୂଆ ଏୟାରବସ୍ ଏ୩୨୦ ଫ୍ୟାମିଲି ବିମାନର କ୍ରୟ କରିବା ପାଇଁ ଅର୍ଡର ଦେଇଛି । ୨୦୩୦ରୁ ୨୦୩୫ ମଧ୍ୟରେ ଏହି କ୍ରୟ ଚୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ସଂସ୍ଥା ସମୟ ଅବଧି ସ୍ଥିର କରିଛି ।

ସୋମବାର ଏକ ଅଫିସିଆଲ ବିବୃତ୍ତିରେ ଇଣ୍ଡିଗୋ ଏୟାରଲାଇନ୍ସ କହିଛି, ୨୦୩୦ରୁ ୨୦୩୫ ମଧ୍ୟରେ ଏହି ଚୁକ୍ତି ଅନୁସାରେ ବିମାନର ହସ୍ତାନ୍ତରଣ ପ୍ରକ୍ରିୟା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ୫୦୦ ବିମାନ ଅର୍ଡର କେବଳ ଇଣ୍ଡିଗୋ ଏୟାରଲାଇନ୍ସର ସର୍ବବୃହତ କ୍ରୟ ଚୁକ୍ତି ନୁହେଁ ବରଂ ବିଶ୍ବର ଅଗ୍ରଣୀ ବିମାନ ନିର୍ମାଣକାରୀ କମ୍ପାନୀ ଏୟାରବସ ସହ ସବୁଠୁ ବଡ ଏକକ ଚୁକ୍ତି ମଧ୍ୟ । ଆଗକୁ ଏହି ପ୍ରକ୍ରିୟାରେ ବିମାନର ଇଞ୍ଜିନ ଚୟନ କରାଯିବ । ଏହି ଚୁକ୍ତିରେ ଦୁଇ ପ୍ରକାର ବିମାନ କ୍ରୟ କରିବା ପାଇଁ ସର୍ତ୍ତାବଳି ରହିଛି । ଏହି 5ଶହ ବିମାନ ମଧ୍ୟରେ ଏ୩୨୦ ଓ ଏ୩୨୧ ମଡେଲର ବିମାନ ରହିବ ।

ପ୍ୟାରିସ୍ ଏୟାର ସୋ’ ୨୦୨୩ ରେ ଇଣ୍ଡିଗୋ ଏୟାରଲାଇନ୍ସର ବୋର୍ଡର ଅଧ୍ୟକ୍ଷ ଭି. ସୁମନ୍ତରନ ଓ ନିର୍ମାତା କମ୍ପାନୀ ‘ଏୟାରବସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଗୁଇଲାମ୍ ଫୌରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଐତିହାସିକ ଚୁକ୍ତି ପ୍ରକ୍ରିୟାରେ ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପିଟର ଏଲବର୍ସ ଏବଂ ଏୟାରବସର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଖ୍ରୀଷ୍ଟିଆନ ସ୍କେୟାର ମଧ୍ୟ ଉପସ୍ଥିତ ଥିଲେ ।

ଏହି ଐତିହାସିକ ଚୁକ୍ତିନାମା ସ୍ବାକ୍ଷର ପରେ ଇଣ୍ଡିଗୋର ସିଇଓ ପିଟର ଏଲବର୍ସ କହିଛନ୍ତି, ପରବର୍ତ୍ତୀ ଦଶନ୍ଧିରେ ଇଣ୍ଡିଗୋ ନିକଟରେ ୧୦୦୦ ବିମାନ ଥିବ । ଏହି ଚୁକ୍ତି ମାଧ୍ୟମରେ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଏକତା ଏବଂ ଗତିଶୀଳତାକୁ ବଢାଇବା ପାଇଁ ସଂସ୍ଥା ନିଜର ମିଶନ ପୂରଣ କରିବାକୁ ସକ୍ଷମ ହେବ । ଇଣ୍ଡିଗୋ ନିକଟରେ ଏବେ ପ୍ରାୟ ୩ ଶହ ବିମାନ ଅପରେସନାଲ ମୋଡରେ ରହିଛି । ପୂର୍ବରୁ ହୋଇଥିବା ଚୁକ୍ତି ପରେ ଏହି ସଂଖ୍ୟା ୪୮୦ରେ ପହଞ୍ଚିଥିଲା । ଏବେ ୫ ଶହ ନୂଆ ବିମାନ କ୍ରୟ ଚୁକ୍ତି ପରେ ଆଗମୀ ଦଶନ୍ଧିରେ ସଂସ୍ଥାର ବିମାନ ସଂଖ୍ୟା ୧ ହାଜରରେ ପହଞ୍ଚିବ । ସଂସ୍ଥା ଏବେ ପ୍ରାୟ ୩ ଶହ ବିମାନ ସହ ଦୈନିକ ପ୍ରାୟ ୧୮ ଶହ ଉଡାଣ ଅପରେସନ କରୁଛି ।