ନୂଆଦିଲ୍ଲୀ,ଏଜେନ୍ସି: ଆହୁରି ବଢିବ ତାତି ଏବଂ ବର୍ଷିବ ନିଆଁ ବର୍ଷା । ଓଡିଶା ସହ ୫ ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି । ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଓଡିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଭାରତୀୟ ପାଣିପାଗ ବିଭାଗ ଜାରି କରିଛି ।
ଗତକାଲି ଦେଶର କେତେକ ଅଞ୍ଚଳରେ ୪୫ ଟିପିଥିଲା ତାପମାତ୍ରା । ଏହା ପରେ ଚିନ୍ତା ବଢିବାରେ ଲାଗିଛି । ମେ ପ୍ରଥମ ସପ୍ତାହ ପରେ କିଛିକାଂଶରେ ତାତି ଥମିବା ନେଇ ଆକଳନ କରାଯାଉଛି । ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି ।
ସେହିପରି ଓଡିଶାରେ ମଧ୍ୟ ଅସହ୍ୟ ହେଲାଣି ତାତି । ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ୪ ଦିନ ଅନୁଭୂତ ହେବ ଅସମ୍ଭାଳ ଗରମ । ପାଣିପାଗରେ ପରିବର୍ତ୍ତନ ସମ୍ଭାବନା ନଥିବାରୁ ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ୪ ଦିନ ଅସହ୍ୟ ତାତି ଅନୁଭୂତି ହେବ ।