Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭାରତୀୟ ଘରୋଇ କ୍ରିକେଟର ରାଜିନ୍ଦର ଗୋଏଲଙ୍କ ପରଲୋକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭାରତୀୟ ଘରୋଇ କ୍ରିକେଟର ରାଜିନ୍ଦର ଗୋଏଲଙ୍କ ପରଲୋକ

କୋଲକତା,ଏଜେନ୍ସି: ଭାରତୀୟ ଘରୋଇ କ୍ରିକେଟରେ ରାଜିନ୍ଦର ଗୋଏଲଙ୍କ ଗତକାଲି ୭୭ ବର୍ଷ ବୟସରେ କୋଲକାତା ସ୍ଥିତ ବାସଭବନରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ।

ରାଜିନ୍ଦର ଗୋଏଲ ରଣଜୀ ଟ୍ରଫିରେ ସର୍ବାଧିକ ୬୩୭ଟି ୱିକେଟ ହାସଲ କରିଥିଲେ। ସେ ୧୯୫୮-୫୯ରେ ରଣଜୀ ଖେଳିବା ଆରମ୍ଭ କରିଥିଲେ। ପାଖାପାଖି ୨୬ଟି ରଣଜୀ ସିଜିନ ଖେଳିବା ପରେ ୧୯୮୪-୮୫ରେ ଅବସର ନେଇଥିଲେ।
ତାଙ୍କର ମୃତ୍ୟୁରେ ଭାରତୀୟ କ୍ରିକେଟ ବୋର୍ଡ଼ର ସଭାପତି ସୌରଭ ଗାଙ୍ଗୁଲି ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମସ୍ତ ଘରୋଇ କ୍ରିକେଟରେ ୭୫୦ଟି ୱିକେଟ ନେଇଥିବା ଗୋଏଲ କେବେବି ଭାରତ ପାଇଁ ଖେଳିପାରିନଥିଲେ। ଏକଦା ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଥିଲେ ମଧ୍ୟ ଖେଳୁଥିବା ଏକାଦଶ ଖେଳାଳିଙ୍କ ମଧ୍ୟରେ ସ୍ଥାନ ମିଳିନଥିଲା। ଏବେ ତାଙ୍କ ପୁଅ ନିତିନ ହରିୟାଣା ପକ୍ଷରୁ ରଣଜୀ ଖେଳୁଛନ୍ତି ।