ଭାରତୀୟ-ଆମେରିକୀୟମାନେ ଦେଶକୁ ନୂତନ ଉଡାଣ ଦେଇଛନ୍ତି- ବାଇଡେନ୍

ୱାଶିଂଟନ୍,ଏଜେନ୍ସି: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ନାସା ଦଳକୁ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ପର୍ସେଭେରାନ୍ସ ରୋଭରର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ନାସା ଜେଟ୍ ପ୍ରପୁଲସନ୍ ଲାବରୋଟୋରୀ(ଜେପିଏଲ୍)/ କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଭାରତୀୟ-ଆମେରିକୀୟ ଏରୋସ୍ପେସ୍ ଇଞ୍ଜିନିୟର ଡ. ସ୍ୱାତୀ ମୋହନଙ୍କୁ ପ୍ରଶଂସା କରିଥିଲେ।

ଏକ ଭିଡିଓ କନଫରେନ୍ସ କଲରେ ଡ. ମୋହନଙ୍କ ସହ କଥାବାର୍ତ୍ତା ବେଳେ ବାଇଡେନ୍ କହିଛନ୍ତି ଯେ ଭାରତୀୟ-ଆମେରିକୀୟମାନେ ଦେଶକୁ ଏକ ନୂତନ ଉଡାଣ ଦେଇଛନ୍ତି। ମୋହନ ବାଇଡେନଙ୍କୁ ତାଙ୍କ ସହ ଯୋଗାଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦଳ ସହ ଯୋଗାଯୋଗ କରିବା ତାଙ୍କ ପାଇଁ ଗର୍ବର ବିଷୟ।
ବାଇଡେନ୍ ମୋହନଙ୍କୁ କହିଥିଲେ, ‘ଏହା ଏକ ଅବିଶ୍ୱସନୀୟ ସମ୍ମାନ। ଭାରତୀୟ ମୂଳ ଆମେରିକୀୟମାନେ ଦେଶକୁ ଆଗକୁ ନେଉଛନ୍ତି। ତୁମେ (ମୋହନ), ମୋର ଉପ-ରାଷ୍ଟ୍ରପତି (କମଲା ହାରିସ୍), ମୋର ବକ୍ତବ୍ୟ ଲେଖକ (ବିନୟ ରେଡ୍ଡୀ)। ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ତୁମେମାନେ ଅବିଶ୍ୱସନୀୟ। ‘

ମହାକାଶଯାନକୁ ଦକ୍ଷତାର ସହିତ ଉତକ୍ଷେପଣ କରିଥିବା ଡକ୍ଟର ମୋହନ ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା)ର ଜେଟ୍ ପ୍ରପୁଲସନ୍ ଲାବରୋଟୋରୀ (ଜେପିଏଲ୍)ରେ କାର୍ଯ୍ୟ କରନ୍ତି।