ନୂଆଦିଲ୍ଲୀ: ଟୋକିଓରେ ଆୟୋଜିତ ହୋଇଥିବା କ୍ୱାଡ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରୋନା ମହାମାରୀକୁ ସଫଳତାପୂର୍ବକ ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ମହାମାରୀକୁ ସାମ୍ନା କରିବାରେ ଚୀନର ବିଫଳତା ଓ ଭାରତ ସଫଳତାକୁ ମଧ୍ୟ ତୁଳନା କରିଥିଲେ । ଏହି ଅବସରରେ ବାଇଡେନ କହିଥିଲେ ଯେ, ଲୋକତନ୍ତ୍ରରେ କିଛି ବି ସମ୍ଭବ ବୋଲି ମୋଦୀଙ୍କ ସଫଳତା ସମଗ୍ର ବିଶ୍ୱକୁ ଦେଖାଇଛି ।
ସେହିପରି ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଏନଥୋନୀ ଅଲବନୀଜ କହିଛନ୍ତି ଯେ, ଭାରତ ଦ୍ୱାରା ଅନ୍ୟ ଦେଶକୁ ଯୋଗାଣ କରାଯାଇଥିବା ଭ୍ୟାକ୍ସିନ ଯୋଗୁ ଗ୍ରାଉଣ୍ଡ ଲେଭଲରେ ତାରତମ୍ୟ ଦେଖିବାକୁ ମିଳିଛି । କେବଳ ବିଚାର ଓ ସିଦ୍ଧାନ୍ତକୁ ନେଇ ଯୁକ୍ତି କରିବା ଅପେକ୍ଷା ସମସ୍ତେ ଏପରି କିଛି କରିବା ଉଚିତ ।
କରୋନା କାଳରେ ଭାରତର ଯୋଗଦାନକୁ ପ୍ରଶଂସା କରିବା ସହ କ୍ୱାଡ ଭ୍ୟାକ୍ସିନେସନ ଅନ୍ତର୍ଗତ ଦିଆଯାଇଥିବା ଭାରତ ନିର୍ମିତ ଟିକାକୁ ନେଇ ନିକଟରେ ଥାଇଲାଣ୍ଡ ଓ କବୋଡିୟା ଆଭାର ବ୍ୟକ୍ତି କରିଥିବା ଜାପାନ ପ୍ରଧାନମନ୍ତ୍ରୀ କିଶିଦା କହିଛନ୍ତି ।