ୟୁକ୍ରେନ୍‌କୁ ଜାପାନ ବାଣିଜ୍ୟିକ ବିମାନରେ ମାଲ ପରିବହନକୁ ଅନୁମତି ଦେଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଜାପାନୀ ବିମାନ ଅବତରଣ ଅନୁମତି ଉପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ସରକାର। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜାପାନ ସରକାର ଭାରତରୁ ୟୁକ୍ରେନ ଏବଂ ଏହାର ପଡୋଶୀ ଦେଶ ପାଇଁ ମାନବିକ ସାମଗ୍ରୀ ନେବାକୁ ମୁମ୍ବାଇରେ ଅବତରଣ କରିବାକୁ ଅନୁମତି ମାଗିଥିଲେ। ତେବେ ଏହି ଅନୁରୋଧକୁ ଅନୁମତି ମିଳିଛି।

ଏଥିସହ ବାଣିଜ୍ୟିକ ବିମାନ ବ୍ୟବହାର କରି ସାମଗ୍ରୀ ନେବା ପାଇଁ ଆମେ ଅନୁମୋଦନ ଦେଇଛୁ ବୋଲି ଅରିନ୍ଦମ ବାଗଚୀ କହିଛନ୍ତି। ମାତ୍ର ୟୁକ୍ରେନ ପାଇଁ ମାନବିକ ମାଲ ପରିବହନ କରୁଥିବା ଜାପାନୀ ସେନାର ଏସଡିଏଫ (ସେଲଫ-ଡିଫେନ୍ସ ଫୋର୍ସ) ବିମାନ ପାଇଁ ଓଭର ଫ୍ଲାଇଟ୍ କ୍ଲିୟରାନ୍ସ ପାଇଁ ମଧ୍ୟ ଅନୁରୋଧ ପାଇଛୁ। ହେଲେ ଏହି ବିମାନକୁ ଅନୁମୋଦନ ସହ ବାଣିଜ୍ୟିକ ବିମାନରେ ମାଲ ପରିବହନକୁ ଆମେ ଅନୁମୋଦନ ଦେଇଛୁ ବୋଲି ସେ କହିଛନ୍ତି।