Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଇସିସି ମହିଳା ଟି-୨୦ ବିଶ୍ବକପ୍‌: ୧୧ ରନରେ ହାରିଲା ଭାରତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଇସିସି ମହିଳା ଟି-୨୦ ବିଶ୍ବକପ୍‌: ୧୧ ରନରେ ହାରିଲା ଭାରତ

କେପଟାଉନ,ଏଜେନ୍ସି: ଦକ୍ଷିଣ ଆଫ୍ରିକାର କେପଟାଉନରେ ଚାଲିଥିବା ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତ ପ୍ରଥମ ପରାଜୟର ସାମ୍ନା କରିଛି । ଇଂଲଣ୍ଡ ବିପକ୍ଷ ତୃତୀୟ ମୁକାବିଲାରେ ଟିମ ଇଣ୍ଡିଆ ୧୧ ରନରେ ପରାସ୍ତ ହୋଇଛି । ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ ଓ ରିଚା ଘୋଷଙ୍କ ଲଢୁଆ ବ୍ୟାଟିଂ ବୃଥା ହୋଇଛି । ବିଜୟ ଲକ୍ଷ୍ୟ ନେଇ ଲଢେଇ କରିବା ପରେ ବି ଦଳ ପରାସ୍ତ ହୋଇଛି । ତୃତୀୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହ ୬ ପଏଣ୍ଟ ପାଇ ଇଂଲଣ୍ଡ ଗ୍ରୁପ ବିର ଶୀର୍ଷ ସ୍ଥାନରେ ରହିଛି । ଭାରତ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛି । ଆସନ୍ତାକାଲି (ସୋମବାର) ପରବର୍ତ୍ତୀ ମୁକାବିଲାରେ ଆୟର୍ଲାଣ୍ଡକୁ ଭେଟିବ ଭାରତ ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ପେସ ବୋଲର ରେଣୁକା ସିଂହ ଆରମ୍ଭରୁ ଇଂଲଣ୍ଡ ବ୍ୟାଟରଙ୍କୁ ବାଟବଣା କରିଥିଲେ । ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ରେଣୁକାଙ୍କ ଘାତକ ସୁଇଂରେ ଇଂଲଣ୍ଡର ଦଳୀୟ ସ୍କୋର ୨୪ରେ ୩ଟି ୱିକେଟ ପତନ ହୋଇଥିଲା । ଡାନି ୱାଟ ଖାତା ଖୋଲି ପାରି ନଥିଲେ । ସେହିପରି କ୍ୟାପସି ୩ ଓ ଶୋଫିଆ ଡଙ୍କଲି ୧୦ରନ କରି ସଅଳ ପାଭିଲିୟନ ଫେରିଥିଲେ । ମଧ୍ୟଭାଗରେ ନାତିଲି ସ୍କିଭର-ବ୍ରଣ୍ଡ, ହିଥର ଓ ଆମ ଜୋନ୍ସ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ୭ ୱିକେଟ ହରାଇ ଇଂଲଣ୍ଡ ୧୫୧ ରନ କରିଥିଲା । ଭାରତକୁ ୧୫୨ ରନ ବିଜୟ ଲକ୍ଷ୍ୟ ରହିଥିଲା । ଇଂଲଣ୍ଡର ନାତିଲି ସ୍କିଭର ସର୍ବାଧିକ ୫୦ ରନ କରିଥିଲେ । ରେଣୁକା ସିଂହ ୧୫ ରନ ଦେଇ ୫ଟି ୱେକଟ ନେଇଥିଲେ । ଶିକ୍ଷା ପାଣ୍ଡେ ଓ ଦୀପ୍ତୀ ଶର୍ମା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

୧୫୨ ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ। ଇଂଲଣ୍ଡର ଶୃଙ୍ଖଳିତ ବୋଲିଂ ଆଗରେ ଭାରତ ବ୍ୟାଟିଂ ରଣନୀତି କାମ କରି ନଥିଲା । ଓପନର ସ୍ମୃତି ମାନ୍ଧନା ଦର୍ଶନୀୟ ସଟ ଖେଳିଥିଲେ ହେଁ ଅନ୍ୟ ବ୍ୟାଟର କେହି କ୍ରିଜରେ ତିଷ୍ଠି ପାରି ନଥିଲେ । ଶେଫାଳି ବର୍ମା ୮, ଜେମିମା ରୋଡ୍ରିଗ୍ସ ୧୧ ଓ ଅଧିନାୟକ ହର୍ମନପ୍ରୀତ କୌର ୪ ରନ କରି ଆଉଟ ହେଇଥିଲେ । ମାନ୍ଧନା ଅର୍ଦ୍ଧଶତକ କରିଥିଲେ । ଦଳୀୟ ସ୍କୋର ୧୦୫ରେ ମାନ୍ଧନା ୪୧ ବଲରେ ୫୨ ରନ (୭ଚୌକା, ୧ ଛକା) କରି ଆଉଟ ହୋଇଥିଲେ । ରିଚା ଘୋଷ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ରିଚା ୪୭ ରନ କରିଥିଲେ । ଦିପ୍ତୀ ଶର୍ମା ଓ ପୂଜା ବସ୍ତ୍ରାକାର ବିଫଳ ହେବା ପରେ ଭାରତ ରନ ଗାଡି ୧୪୦ରେ ଅଟକି ଯାଇଥିଲା । ଭାରତ ଲଢୁଆ ବ୍ୟାଟିଂ କରି ୫ ୱିକେଟ ହରାଇ ୧୪୦ ରନ କରିଥିଲା ।