ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆର ବଢିବ ସହଭାଗିତା

ଭୁବନେଶ୍ବର,ଏନ୍ଏନ୍ଏସ୍: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସହଭାଗିତା, ଶିକ୍ଷା କ୍ଷେତ୍ରରେ ହେବ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିସ୍ୱାକ୍ଷର । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସହଭାଗିତାକୁ ନେଇ ହୋଇଛି ଆଲୋଚନା । ଆଜି ଶିକ୍ଷା କ୍ଷେତ୍ରରେ ହେବ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିସ୍ୱାକ୍ଷର ।

ଭାରତ ଅଷ୍ଟ୍ରେଲିଆ ସହ ସହଯୋଗୀ ହୋଇ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ । ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀ ଶ୍ରୀଭେଙ୍କଟେଶ୍ୱର କଲେଜରେ ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା । ନୂଆଦିଲ୍ଲୀର କେନ୍ଦ୍ରୀୟ ବିଦ୍ୟାଳୟ-୨ ପରିଦର୍ଶନ କରିବା ସହ ବିଦ୍ୟାର୍ଥୀଙ୍କ ସହ କଥା ହେଲେ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀ ଓ ଅଧିକାରୀମାନେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଲେ । ଆଜି ଦୁଇ ଦେଶ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ହେବ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିସ୍ୱାକ୍ଷର । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସହଭାଗିତାକୁ ନେଇ ହୋଇଛି ଆଲୋଚନା ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳି ଆଦାମ ଗିଲଖ୍ରୀଷ୍ଟଙ୍କ ସହ ଅଷ୍ଟ୍ରେଲିଆର ଏକ ପ୍ରତିନିଧି ଦଳ ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଭାଗିତା ଉପରେ ଆଲୋଚନା ହୋଇଛି । ଉଭୟ ଦେଶର ଯୁବବର୍ଗଙ୍କୁ ସଶକ୍ତ କରିବା ଓ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଅଧିକ ମଜଭୂତ କରିବା ଉପରେ ବିଚାରବିମର୍ଷ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ବ୍ୟକ୍ତିବିଶେଷମାନେ ନୂଆଦିଲ୍ଲୀ ସ୍ଥିତ ଶ୍ରୀଭେଙ୍କଟେଶ୍ୱର କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା ପାଇଁ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ଦୃଢୀଭୂତ କରିବା ଉପରେ ଉଦବୋଧନ ଦେଇଛନ୍ତି ।