ବଜେଟରେ ରେଲୱେକୁ ମିଳିଲା ୧ଲକ୍ଷ ୩୭ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ରେଳ ମନ୍ତ୍ରଣାଳୟକୁ ୧ଲକ୍ଷ ୩୭ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହା ଗତବର୍ଷ ଅପେକ୍ଷା ୨୦ ହଜାର ୧୧୩ କୋଟି ଟଙ୍କା ଅଧିକ । ଆସନ୍ତା ୩ ବର୍ଷରେ ୪୦୦ ନୂଆ ପିଢ଼ିର ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ । ରେଳ କ୍ଷେତ୍ର ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦକ’କୁ ବିକଶିତ କରିବ । ସ୍ଥାନୀୟ ଉତ୍ପାଦକଙ୍କୁ ରେଳ ଜରିଆରେ ପରିବହନର ସୁବିଧା ମିଳିବ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରଣାଳୟ ପାଇଁ ହୋଇଥିବା ଘୋଷଣାକୁ ସ୍ୱାଗତ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ରେଲୱେ ଓ ଡାକର ଏକୀକରଣ ଦ୍ୱାରା ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ଲୋଜିଷ୍ଟିକ ସମାଧାନ ମିଳିବ । ରେଲୱେ ଛୋଟ କୃଷକ ଓ ଉଦ୍ୟୋଗୀଙ୍କ ପାଇଁ ନୂଆ ଉତ୍ପାଦ ଓ ସେବା ଆରମ୍ଭ କରିବ ।