ରାତି ଅଧରେ ଜଳି ଉଠିଲା କେଶରୀ ମଲ, ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଭସ୍ମୀଭୂତ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଦୋକାନ। ପାଉଁଶ ହୋଇଗଲା ଆସବାପତ୍ର। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ। ରାତି ଅଧରେ ଜଳି ଉଠିଲା କେଶରୀ ମଲ, ନିଆଁ ଆଁରେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଭସ୍ମୀଭୂତ।

ରାତିପ୍ରାୟ ୧୧ଟା ବେଳକୁ ଜଳି ଉଠିଥିଲା ଦୋକାନ। ଖବରପାଇ ପହଞ୍ଚିଥିଲା ଅଗ୍ନିଶମ ଟିମ। ପାଖାପାଖି ୧ଘଣ୍ଟା ଧରି ନିଆଁକୁ ଲିଭାଇ ଆୟତ୍ତ କରିବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ। ଏନେଇ କେହି ଆହତ ହୋଇନଥିବା ବେଳେ ଆସବାପତ୍ର ସହ ଦୋକାନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି।

ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କିଭଳି ନିଆଁ ଲାଗିଲା ସେନେଇ ଖୋଳତାଡ କରୁଛି ଅଗ୍ନିଶମ ବାହିନୀ। ତେବେ ମଲରେ ନିଆଁ ଲାଗିବା ଘଟଣା ପରେ ଏବେ ଅନ୍ୟ ମଲ କର୍ତ୍ତୃପକ୍ଷଙ୍କ ପାଇଁ କଡା ଆହ୍ଵାନ ହୋଇଛି। ଅନ୍ୟ ମଲ ଗୁଡିକରେ ଫାୟାର ସେଫଟି ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।