ଦିନକରେ ୨୨ କରୋନା ରୋଗୀ ମୃତ: ସଂଖ୍ୟା ୨,୩୫୭କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ୨୨ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୨,୩୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କରୋନା ଯୋଗୁ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱର, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ, ଗଜପତି, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ାରୁ ୨ ଲେଖାଏଁ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।