୩୦ ଜିଲ୍ଲାରୁ ୪,୧୮୯ କରୋନା ପଜିଟିଭ ଚିହ୍ନଟ : ୧୧ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୪,୧୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୪୫୩ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୭୩୬ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୧୨, କଟକରୁ ୫୮୬, ପୁରୀରୁ ୨୬୫, ସୁନ୍ଦରଗଡ଼ରୁ ୨୦୧, ଯାଜପୁରରୁ ୧୮୭, ମୟୁରଭଞ୍ଜରୁ ୧୭୪, ବାଲେଶ୍ୱରରୁ ୧୫୦ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୬ ଜଣ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ବାଲେଶ୍ୱର, ବଲାଙ୍ଗିର, ମାଲକାନଗିରି ଓ ଗଞ୍ଜାମରୁ ୨ଜଣ ଲେଖାଏଁ, ଭଦ୍ରକ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୮ଲକ୍ଷ ୬୦ହଜାର ୪୧୦କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୮୮ ହଜାର ୩୧୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୪୯ ହଜାର ୩୭୯ ଜଣ ସୁସ୍ଥ ହୋଇଛନ୍ତି, ୭୨୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୮ ହଜାର ୧୫୮ଜଣ ଚିକିତ୍ସିତ ହେଉଛନ୍ତି।