ରାଜ୍ୟରେ ୩,୪୪୩ ନୂଆ କରୋନା ପଜିଟିଭ ଚିହ୍ନଟ: ୧୪ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୩,୪୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୧୭ ଓ ସ୍ଥାନୀୟ ସଂକ୍ରମଣ ୧୪୨୬ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୦୧, କଟକରୁ ୩୫୯, ବାଲେଶ୍ୱରରୁ ୧୫୨, ମୟୁରଭଞ୍ଜରୁ ୧୪୧, ପୁରୀରୁ ୧୩୨, ସମ୍ବଲପୁରରୁ ୧୩୧, ଯାଜପୁରରୁ ୧୩୦, ବଲାଙ୍ଗିରରୁ ୧୧୪ ଓ ବରଗଡ଼ ଜିଲ୍ଲାରୁ ୧୧୧ଜଣ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮୨୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୨ଲକ୍ଷ ୫୦ହଜାର ୯୯୯ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୧୯ ହଜାର ୧୧୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୮୧ ହଜାର ୪୮୧ଜଣ ସୁସ୍ଥ ହୋଇଛନ୍ତି, ୮୨୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୬ ହଜାର ୭୪୩ ଜଣ ଚିକିତ୍ସିତ ହେଉଛନ୍ତି।