ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୮୭ଜଣଙ୍କର ମୃତ୍ୟୁ ଘଟିବା ସହ ମୋଟ ମୃତକଙ୍କ ସଂଖ୍ୟା ୨୨୯୩ରେ ପହଁଚିଛି। ଅନ୍ୟପଟେ ୩ ହଜାର ୬୦୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ହେଲେ ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଏହି ସଂଖ୍ୟା ପୂର୍ବଦିନ ଅପେକ୍ଷା ଟିକେ କମ୍ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣଳାୟ ଜାରି କରିଥିବା ନୂଆ ରିପୋର୍ଟ ମୁତାବକ ଦେଶରେ ଏପର୍ଯ୍ୟନ୍ତ ୭୦ ହଜାର ୭୫୬ ଜଣ ସଂକ୍ରମିତ ହୋଇଛନ୍ତି। ଏଥି ସହିତ ୨୨ ହଜାର ୪୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।