ଇମ୍ରାନ ଖାନ୍ ଗିରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତୋଶାଖାନା ମାମାଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । କୋର୍ଟଙ୍କ ପକ୍ଷରୁ ସଜା ଶୁଣାଯିବା ପରେ ପଞ୍ଜାବ ପୁଲିସ ଇମ୍ରାନଙ୍କୁ ଲାହୋରସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି । ଇମ୍ରାନଙ୍କ ଗିରଫଦାରୀ ନେଇ ତାଙ୍କ ପାର୍ଟି ପିଟିଆଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଇମ୍ରାନଙ୍କୁ କୋଟ ଲଖପତ ଜେଲ ନିଆଯାଉଛି । ଉକ୍ତ ମାମଲାର ଶୁଣାଣୀ ସମୟରେ ଇମ୍ରାନ ଓ ତାଙ୍କ ଓକିଲ କୋର୍ଟରେ ଉପସ୍ଥିତ ନଥିଲେ ।

ସୂଚନାଯୋଗ୍ୟ, ଇମ୍ରାନ ଖାନଙ୍କୁ ୩ ବର୍ଷର ସଜା ମିଳିବା ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ।