କରୋନା ମୁକାବିଲା ଲାଗି ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ୍ ଥିରୁମାଲା ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବାଲେଶ୍ୱର ଓ ଭଦ୍ରକ ପାଇଁ ମଧୁସୂଦନ ପାଢ଼ୀ, ବଲାଙ୍ଗିର, ବରଗଡ଼ ଓ ନୂଆପଡ଼ା ଲାଗି ସତ୍ୟବ୍ରତ ସାହୁ, ବେଣୁଧର ବେହେରାଙ୍କୁ ନିଯୁକ୍ତ କରାଯାଇଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଲାଗି ନିକୁଞ୍ଜ ବିହାରୀ ଧଳ, ମୟୁରଭଞ୍ଜ ଓ କେନ୍ଦୁଝର ଲାଗି ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଦାୟିତ୍ୱ ମିଳିଛି।