ରାଜଧାନୀରେ ଆଜି ୩୭୯ କରୋନା ପଜିଟିଭ ଚିହ୍ନଟ : ସ୍ଥାନୀୟ ସଂକ୍ରମଣ ୨୭୦

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ୩୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୯ଜଣ ଓ ସ୍ଥାନୀୟ ସଂକ୍ରମଣ ୨୭୦ଜଣ ରହିଛନ୍ତି। ଅନ୍ୟପଟେ ୬୬ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ହଜାର ୫୭୯ ହୋଇଥିବାବେଳେ ୩୨ହଜାର ୫୧୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୫୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୭୯୪ଜଣ ଚିକିତ୍ସିତ ହେଉଛନ୍ତି।