ଭୁବନେଶ୍ୱର,ଏନ୍ଏନ୍ଏସ୍: ଭଦ୍ରକ ମାଟିରେ ତାଙ୍କର ଜନ୍ମ। ଓଡିଆଙ୍କ ପାଇଁ ଗର୍ବ, ଓଡିଆ ପରମ୍ପରା ଆଉ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଆନ୍ତର୍ଜାତିକ ସ୍ତରରେ ଓଡିଶାକୁ ଗର୍ବିତ କରୁଛନ୍ତି ସୁନାମଧନ୍ୟ ଗାୟିକା ସୁସ୍ମିତା ଦାସ। ଭୁବନେଶ୍ୱରରେ ରହିଆସୁଥିବା ଶ୍ରୀମତୀ ଦାସଙ୍କ କଣ୍ଠରେ ନିକଟରେ ମୁକ୍ତିଲାଭ କରିଥିବା ‘ପୃଥିବୀମନ୍ଥନ’ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କଲାପରେ ସେ ଏବେ ସାଜିଛନ୍ତି ଅନେକଙ୍କ ପାଇଁ ପ୍ରେରଣା। ଏହି ମ୍ୟୁଜିକ୍ ଭିଡିଓକୁ ‘ଗୋଲଡେନ୍ ସ୍ପାରୋ ଫିଲ୍ମ ଫେଷ୍ଟିଭାଲ୍’ ଓ ‘ଅଷ୍ଟିନ ମ୍ୟୁଜିକ ଭିଡ଼ିଓ ଫେଷ୍ଟିଭାଲ’ରେ ପୁରସ୍କୃତ କରାଯାଇଛି। ସଂଗୀତଟି ପରିବେଶର ସମସ୍ୟାକୁ ପ୍ରସ୍ତୁତ କରାଯାଇଥିଲା ଯାହାକି ପ୍ରଶଂସକଙ୍କ ମନକୁ ଛୁଇଁଛି।
