Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଧାରା ୩୭୦ ନଫେରିବା ଯାଏଁ ବିଧାନସଭା ନିର୍ବାଚନ ଲଢିବିନି: ମେହବୁବା ମୁଫତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଧାରା ୩୭୦ ନଫେରିବା ଯାଏଁ ବିଧାନସଭା ନିର୍ବାଚନ ଲଢିବିନି: ମେହବୁବା ମୁଫତି

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବିଧାନସଭା ନିର୍ବାଚନ ଲଢିବେ ନାହିଁ । ଯେ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ ନହୋଇଛି ସେ ପର୍ଯ୍ୟନ୍ତ ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ । ପିପୁଲ୍ସ ଡେମୋକ୍ରାଟିକ ପାର୍ଟ ସୁପ୍ରିମୋ ମୁଫତି ଗତକାଲି ଏକ ସାକ୍ଷାତକାରରେ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ନିର୍ବାଚନ ନଲଢିବା ନେଇ ନିଷ୍ପତ୍ତି ମୁର୍ଖାମି ହୋଇପାରେ, ହେଲେ ଏହା ତାଙ୍କ ପାଇଁ ଭାବନାତ୍ମକ ବିଷୟ ।

ପ୍ରକାଶଥାଉ କି, ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ । ଏହାସହିତ ଜମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ । ମେହବୁବା ମୁଫତି କହିଛନ୍ତି, ପୁଣିଥରେ ଏଠାରେ ଧାରା ୩୭୦ ନଲାଗୁ ହେବା ପର୍ଯ୍ୟନ୍ତ ସେ କଦାପି ବିଧାନସଭା ନିର୍ବାଚନ ଲଢିବେ ନାହିଁ । ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ବିଧାନସଭା ସଦସ୍ୟ ରୂପେ ଶପଥ ଗ୍ରହଣ କଲି ସେତେବେଳେ ରାଜ୍ୟରେ ଦୁଇଟି ସମ୍ବିଧାନ ଥିଲା, ଗୋଟିଏ ହେଉଛି ଜମ୍ମୁ କାଶ୍ମୀରର ସମ୍ବିଧାନ ଅନ୍ୟଟି ଭାରତର ସମ୍ବିଧାନ । ହୁଏତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ମୋର ମୁର୍ଖତାପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ କିନ୍ତୁ ଏହା ମୋ ଲାଗି ଏକ ଭାବନାତ୍ମକ ବିଷୟ ।

ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ନହେବା ସମ୍ପର୍କିତ ପ୍ରଶ୍ନରେ ମୁଫତି କହିଛନ୍ତି, କେନ୍ଦ୍ର ସରକାର ଡରୁଛନ୍ତି କାରଣ ଯଦି ଏଠାରେ ନିର୍ବାଚିତ ସରକାର ଗଠନ ହୁଏ ତେବେ ସେମାନେ ନିଜର ଏଜେଣ୍ଡା ଚଲାଇ ପାରିବେ ନାହିଁ । ସେ କାହିଁକି ଡରୁଛନ୍ତି ମୁଁ ଜାଣିନି । କେନ୍ଦ୍ର ସରକାର ପ୍ରତି ସପ୍ତାହରେ ନୂଆ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହା ଜମ୍ମୁ କାଶ୍ମୀର ଲୋକଙ୍କୁ ଅଧିକ ଦୁର୍ବଳ କରୁଛି । ସେମାନେ ଏଠିକାର ଲୋକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ତେଣୁ ବିଧାନସଭା ଚାହୁଁନାହାନ୍ତି । ତେବେ ପାର୍ଲାମେଣ୍ଟ ନିର୍ବାଚନ ଲଢିବା ନେଇ ସେ ନିଶ୍ଚିତ ନାହାନ୍ତି ବୋଲି ପିଡିପି ମୁଖ୍ୟ କହିଛନ୍ତି । ସେହିପରି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ପ୍ରସଙ୍ଗରେ ମୁଫତି କହିଛନ୍ତି, ଏହା ବାସ୍ତବରେ ଘଟୁଛି ନା ଭାରତୀୟ ଜନତା ପାର୍ଟି ଏହିଭଳି ସ୍ଥିତି ସୃଷ୍ଟି କରୁଛି ସେ ଜାଣିନାହାନ୍ତି ।