ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି’ ଛାଡକଲେ ସରକାର

ଭୁବନେଶ୍ୱର, ଏନ୍ଏନ୍ଏନ୍: ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି’ ଛାଡକଲେ ସରକାର। କରୋନା ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ କରାଯାଇଛି। ୨୦୨୦ ଅପ୍ରିଲରୁ ଡିସେମ୍ବର ମାସ ଯାଏଁ ଫି ଛାଡ଼ ହୋଇଛି। ଏଥିରେ ୧୭୦୧୨ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ୧୭୦୧୨ ଛାତ୍ରଛାତ୍ରୀଙ୍କ ପ୍ରାୟ ୫ କୋଟି ୧୦ ଲକ୍ଷ ଫି ଛାଡ଼ କରିଛନ୍ତି ସରକାର। ଏନେଇ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।