ହସ୍ପିଟାଲ ହେଲା ବିବାହ ମଣ୍ଡପ

ଥିରୁବନନ୍ତପୁରମ୍,ଏଜେନ୍ସି: କୋଭିଡ୍ ହସ୍ପିଟାଲ ବିବାହ ମଣ୍ଡପରେ ପରିଣତ ହେଲା। କୋଭିଡ୍ ସଂକ୍ରମିତ ବରକୁ ଫୁଲମାଳ ଦେଇ ହସ୍ପିଟାଲରେ ବିବାହ କଲେ କନ୍ୟା। ଏଭଳି ଏକ ରୋଚକ ଘଟଣା ଘଟିଛି କେରଳରେ। ମିଳିଥିବା ସୂଚନା ଅନୁଯାୟୀ କେରଳର ଆଲ୍ଲାକୁଝା ଜିଲ୍ଲାର କୈନାକାରୀ ବାସୀନ୍ଦା ଶରତ ମୋନ ବର ସାଜିଥିଲେ। ବିବାହ ଉତ୍ସବର ଅଳ୍ପଦିନ ପୂର୍ବରୁ ସେ ଓ ତାଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇ ରବିବାର ବଡ଼ାନାମ୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପୂର୍ବରୁ ତାଙ୍କର ବିବାହ ସ୍ଥିରୀକୃତ ହୋଇଥିବାରୁ ଜିଲ୍ଲାପାଳ ଏବଂ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅନୁମତି ନେଇ ବିବାହ ଉତ୍ସବ ହସ୍ପିଟାଲରେ ଅନୁଷ୍ଠିତ ହୋଇଥିଲା। ଠେକାନାର ଇଆଡ଼ର ନିବାସୀ କନ୍ୟା ଅଭିରାମୀ ପିପିଇ କିଟ୍ ପିନ୍ଧି ନିଜର ସମ୍ପର୍କୀୟଙ୍କ ସହ ହସ୍ପିଟାଲରେ ପହଞ୍ôଚଥିଲେ। ଏହାପରେ ବରକନ୍ୟା ପରସ୍ପରକୁ ବରଣମାଳା ଦେଇ ବିବାହ କରିଥିଲେ ବୋଲି ସ୍ଥାନୀୟ ନ୍ୟୁଜ୍ ଏଜେନ୍ସି ‘ମାତୃଭୂମି’ ସୂତ୍ରରୁ ଜଣାପଡ଼ିଛି।