ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଶାହ ନିକଟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଶାହଙ୍କଠାରେ ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖା ଦେଇଥିବାବେଳେ ତାଙ୍କ ଚିକିତ୍ସା ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣବୀର ଗୁଲେରିୟାଙ୍କ ନେତୃତ୍ୱରେ ଜାରି ରହିଥିବା ସୂଚନା ମିଳିଛି।
ଏମ୍ସ ଜାରି କରିଥିବା ରିପୋର୍ଟ ଅନୁସାରେ, କୋଭିଡ ପରବର୍ତ୍ତୀ ଚିକିତ୍ସା ପାଇଁ ଶାହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ୱାଭାବିକ ଥିବାବେଳେ ସେ ହସ୍ପିଟାଲରୁ କାମ କରିବେ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।