ସୁସ୍ଥ ହେଲେ ଗୃହମନ୍ତ୍ରୀ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ସୁସ୍ଥ। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯିବା ସହ ସେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି କୁହାଯାଇଛି। ଶାହ କୋଭିଡ ପରବର୍ତ୍ତୀ ଚିକିତ୍ସା ପାଇଁ ଅଗଷ୍ଟ ୧୮ରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସୂଚନାଯୋଗ୍ୟ, ଶାହ ଅଗଷ୍ଟ ୨ରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଉ ଅଗଷ୍ଟ ୧୪ରେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ। କିନ୍ତୁ ୧୮ ତାରିଖରେ ଶରୀରରେ ଯନ୍ତ୍ରଣା ଓ କ୍ଳାନ୍ତ ଅନୁଭବ କରିବାରୁ ଶାହ ଏମ୍ସରେ ଭର୍ତ୍ତି ହୋଇଥିଲେ।