ହିନ୍ଦୁସ୍ତାନୀ ଭାଉ ଗିରଫ

ମୁମ୍ବାଇ: ବିଗବସ ପ୍ରତିଯୋଗୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହିନ୍ଦୁସ୍ତାନୀ ଭାଉଙ୍କୁ ମୁମ୍ବାଇର ଧରାବୀ ପୁଲିସ ଗିରଫ କରିଛି । ହିନ୍ଦୁସ୍ତାନୀ ଭାଉଙ୍କ ବିରୋଧରେ କଥିତ ରୂପେ ଛାତ୍ରଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଶିକ୍ଷା ମନ୍ତ୍ରୀ ବର୍ଷା ଗାୟକବାଡ଼ଙ୍କ ଆବାସକୁ ଘେରିବା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ଅଫଲାଇନ ପରୀକ୍ଷା ରଦ୍ଦ କରିବାକୁ ହିନ୍ଦୁସ୍ତାନୀ ଭାଉ ଦାବି କରିଥିଲେ ।

ହିନ୍ଦୁସ୍ତାନୀ ଭାଉ କଥିତ ରୂପେ ଛାତ୍ରଙ୍କୁ ଉସୁକାଉଥିବା ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ପରେ ତାଙ୍କ ନାଁରେ ଅନେକ ଧାରା ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା ।