ଖୁବଶୀଘ୍ର ଖୁସି ଖବର ଦେବେ କଙ୍ଗନା

ମୁମ୍ବାଇ: ବଲିଉଡରେ ଏବେ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ ଏବଂ ରାଜକୁମାର ରାଓ ଓ ପତ୍ରଲେଖା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଇତିମଧ୍ୟରେ ବଲିଉଡ କୁଇନ କଙ୍ଗନା ରନାୱତ ମଧ୍ୟ ତାଙ୍କ ବିବାହକୁ ନେଇ ବଡ଼ ଖୁଲାସା କରିଛନ୍ତି।

ଟାଇମ୍ସ ନାଓକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କଙ୍ଗନା କହିଛନ୍ତି ଯେ, ‘ମୁଁ ଉଭୟ ବିବାହ ଓ ସନ୍ତାନ କରିବାକୁ ଚାହୁଁଛି। ଆଗାମୀ ୫ ବର୍ଷ ମଧ୍ୟରେ ମୁଁ ନିଜକୁ ଜଣେ ଭଲ ମା’ ଓ ପତ୍ନୀ ରୂପରେ ଦେଖିବାକୁ ଚାହୁଁଛି।’

ପାର୍ଟନରକୁ ନେଇ ପଚରା ଯାଇଥିବା ପ୍ରଶ୍ନରେ କଙ୍ଗନା ଜବାବ ଦେଇଛନ୍ତି ଯେ, ଆପଣମାନେ ତାହା ଖୁବଶୀଘ୍ର ଜାଣିଯିବେ।