Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଉଚ୍ଚ ରକ୍ତଚାପ ଅଛି କି? ଜାଣନ୍ତୁ ଏହାର କାରଣ ଓ ଶୀଘ୍ର କରନ୍ତୁ ନିରାକରଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଉଚ୍ଚ ରକ୍ତଚାପ ଅଛି କି? ଜାଣନ୍ତୁ ଏହାର କାରଣ ଓ ଶୀଘ୍ର କରନ୍ତୁ ନିରାକରଣ

ଖରାପ ଜୀବନଶୈଳୀ, ବ୍ୟାୟାମର ଅଭାବ ଓ ଅତ୍ୟଧିକ ମାନସିକ ଚାପ ଫଳରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଭାରତରେ ବର୍ଷରେ ପ୍ରାୟ ୧.୫ ମିଲିୟନ୍ ଲୋକ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁମୁଖରେ ପଡନ୍ତି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ ବିଶ୍ୱରେ ବର୍ଷକୁ ୧୨.୮ ପ୍ରତିଶତ ଲୋକ ବିଭିନ୍ନ କାରଣରୁ ମୃତ୍ୟୁମୁଖରେ ପଡ଼ନ୍ତି । କିନ୍ତୁ ୭.୫ ମିଲିୟନ ଲୋକ କେବଳ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁ ମୁଖରେ ପଡିଥାନ୍ତି । ସାଧାରଣତଃ ଉଚ୍ଚ ରକ୍ତଚାପ ବ୍ୟକ୍ତିକୁ ୪୦ ବର୍ଷ ଟପିଲେ ପରେ ହୋଇଥାଏ । କିନ୍ତୁ ଆଜିକାଲି ୨୦-୩୦ ବର୍ଷ ବୟସର ବ୍ୟକ୍ତି, ବିଶେଷ କରି କଲେଜ ପିଲାଙ୍କଠାରେ ଦେଖାଯାଉଛି । ଆସନ୍ତୁ ଜାଣିବା ଏହାର ପ୍ରମୁଖ କାରଣ କଣ…

ଅସ୍ୱାସ୍ଥ୍ୟକର ଖାଦ୍ୟ
ବର୍ତ୍ତମାନ ସମୟରେ ସମସ୍ତେ ଫାଷ୍ଟପୁଡ୍, ଜଙ୍କଫୁଡ୍ ଓ ବାହାରେ ତିଆରି ହେଉଥିବା ତେଲ ମସଲା ଖାଦ୍ୟ ପସନ୍ଦ କରୁଛନ୍ତି । ଯାହାକି ଉଚ୍ଚ ରକ୍ତଚାପ ବୃଦ୍ଧିର ମୁଖ୍ୟ କାରଣ । ଏହାଦ୍ୱାରା ରକ୍ତବାହୀ ନଳୀରେ କୋଲେଷ୍ଟେରଲ ବୃଦ୍ଧି ହୋଇ ନଳୀ ପଥକୁ ସରୁ କରିଦିଏ ଯାହା ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି କରାଏ ।

ଶାରୀରିକ ପରିଶ୍ରମର ନ କରିବା
ଆଜିର ଦିନର ଲୋକମାନେ ଶାରୀରିକ ପରିଶ୍ରମ ଅପେକ୍ଷା ମାନସିକ ପରିଶ୍ରମ କରିବାକୁ ପସନ୍ଦ କରୁଛନ୍ତି । ଅଧିକ ଟଙ୍କା ଲୋଭ ହିଁ ଲୋକଙ୍କୁ ଶାରୀରିକ ଶ୍ରମଠାରୁ ଦୂରେଇ ରଖୁଛି । ସମୟ ଅଭାବରୁ ମଧ୍ୟ ବ୍ୟକ୍ତି ବ୍ୟାୟାମ କରୁନାହାନ୍ତି । ଏହାଦ୍ୱାରା ଶରୀରରେ ମେଦ ଜମା ହେଉଛି । ଯାହା ଉଚ୍ଚ ରକ୍ତଚାପର ଆଉ ଏକ ପ୍ରମୁଖ କାରଣ ।

ଅଧିକ ଲୁଣ 

ଉଚ୍ଚ ରକ୍ତଚାପ ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଅଧିକ ଲୁଣ ଖାଇବା । ଖାଦ୍ୟପ୍ରସ୍ତୁତ ପରେ ଅଧିକ ଲୁଣ ଛିଞ୍ଚି ଖାଇବା ଦ୍ୱାରା ହିଁ ରକ୍ତଚାପ ଅଧିକ ବୃଦ୍ଧି ହୋଇଥାଏ । ତେଣୁ ଯଥା ସମ୍ଭବ ଲୁଣ କମ୍ ଖାଇବା ଦରକାର । ଜଣେ ବ୍ୟକ୍ତି ଦିନକୁ ମାତ୍ର ୫ ଗ୍ରାମ୍ ଲୁଣ ଖାଇବା ଆବଶ୍ୟକ ।

ଦୁଃଚିନ୍ତା

ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଁ ଚିନ୍ତା ହେଉଛି ଅନ୍ୟ ଏକ ମୁଖ୍ୟ କାରଣ । ଆବଶ୍ୟକତାଠାରୁ ଅଧିକ କାମ କରିବାର ନିଶା ଓ ଅଧିକରୁ ଅଧିକ ଧନ ଅର୍ଜନ ପ୍ରୟାସ ହିଁ ମଣିଷକୁ ଚିନ୍ତାରେ ପକାଉଛି । ଚିନ୍ତାରେ ରହିବା ଫଳରେ ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥାଏ ।

ନିଶାସେବନ କରିବା

ଆଜିର ଯୁବପିଢି ଗୁଟୁକା, ବିଡି, ସିଗାରେଟ୍ ଓ ଆଲକୋହଳ ଯୁକ୍ତ ପାନୀୟ ଗ୍ରହଣ କରିବା ଯୋଗୁଁ ଶୀରା ପ୍ରଶିରା ଦୁର୍ବଳ ହୋଇଯାଇଥାଏ । ଏହାଦ୍ୱାରା ରକ୍ତ ଠିକ୍ ଭାବରେ ସଞ୍ଚାଳନ ହୋଇପାରେ ନାହିଁ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ବଢିଚାଲିଛି ।

ହର୍ମୋନରେ ଅନିୟମତତା

ହର୍ମୋନରେ ଅସନ୍ତୁଳନ ଦେଖାଦେଲେ ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ । ବେଳେବେଳେ ବୟସ୍କମାନଙ୍କ କ୍ଷେତ୍ରରେ ହର୍ମୋନ ଅନିୟମିତତା ଫଳରେ ଉଚ୍ଚ ରକ୍ତଚାପ ହୋଇଥାଏ ।

ଗର୍ଭନିରୋଧକ ବଟିକା

ଗର୍ଭନିରୋଧକ ବଟିକା ଓ ପେନ୍ କିଲର ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ । ଏହି ବଟିକା ଦ୍ୱାରା ରକ୍ତ ଜମାଟ ବାନ୍ଧିଥାଏ । ଏହାଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇ ନ ପାରିବା ଯୋଗୁଁ ଉଚ୍ଚ ରକ୍ତଚାପ ଦେଖାଯାଏ ।

ନିଦ୍ରାହୀନତା

ପର୍ଯ୍ୟାପ୍ତ ନିଦ ନ ହେଲେ ମଧ୍ୟ ଉଚ୍ଚ ରକ୍ତଚାପ ହୋଇପାରେ । ଦିନକୁ ୮ ଘଣ୍ଟା ଗାଢ ନିଦ୍ରାରେ ଶୋଇବା ଆବଶ୍ୟକ । ଯଦି ଏଥିରେ ଅନିୟମିତତା ଦେଖାଯାଏ ତେବେ ବ୍ୟକ୍ତି ଉପଯୁକ୍ତ ମାତ୍ରାରେ ଶୋଇ ପାରେ ନାହିଁ ଓ ଚିନ୍ତାରେ ରହେ ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ହୋଇଥାଏ ।