ସମସ୍ତ ସ୍କୁଲରେ ଜୁଲାଇ ୨୦ ସୁଦ୍ଧା ଆଡମିସନ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ସମସ୍ତ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଅଡମିସନ ପ୍ରକ୍ରିୟା ଆରମ୍ଭ କରିବାକୁ ନୋଟିସ ଜାରି କରିବା ସହିତ ଜୁଲାଇ ୨୦ ସୁଦ୍ଧା ଆଡମିସନ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ସମସ୍ତ ପ୍ରାଇମେରୀ ଓ ସେକେଣ୍ଡାରୀ ଶ୍ରେଣୀ ପିଲାମାନଙ୍କ ଆଡମିସନ କରାଯିବ। ତେବେ ସ୍କୁଲ କାର୍ଯ୍ୟ ଦିବସମାନଙ୍କରେ ସକାଳ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଆଡମିସନ କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି।

ଏଥିସହ ଆଡମିସନ ସମୟରେ କରୋନା ସଂକ୍ରମଣ ଠାରୁ ସତର୍କ ରହି ଏକା ସମୟରେ ସ୍କୁଲରେ ୫ ଜଣ ଅଭିବାକ ସହ ଛାତ୍ରଙ୍କୁ ଆଡମିସନ କରିବେ ବୋଲି ସରକାରଙ୍କ ତରଫରୁ ଆଡଭାଇଜରି ଜାରି ହୋଇଛି। ସେହିପରି ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି।