ପୁରୀ,ଏନ୍ଏନ୍ଏସ୍: ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ସ୍ୱର୍ଗଦ୍ୱାର ନିକଟସ୍ଥ ୧୩ ନଂ ସେକ୍ଟରରେ ଗାଧୋଇବା ବେଳେ ଅଘଟଣ ଘଟିଛି । ଅନ୍ୟପଟେ ଆଉ ଜଣଙ୍କୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଆସିଥିବା ନେଇ ସୂଚନା ମିଳିଛି ।