ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ତ

ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମ ଦିଲ୍ଲୀର ଉଦ୍ୟୋଗ ନଗରରେ ଥିବା ଏକ ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ସୂଚନା ଅନୁସାରେ, ଉଦ୍ୟୋଗ ନଗରରେ ଥିବା ଏକ ଜୋତା କାରଖାନାରେ କୌଣସି କାରଣରୁ ଆଜି ସକାଳେ ନିଆଁ ଲାଗିଯାଇଥିଲା। ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଦେଖି କମ୍ପାନୀ କର୍ତ୍ତୃପକ୍ଷ ଦମକଳ ବାହିନୀକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ତର ଭୟାବହତା ଅଧିକ ଥିବାରୁ ନିଆଁ ଲିଭା କାର୍ଯ୍ୟରେ ୨୪ଟି ଦମକଳ ଗାଡି ନିୟୋଜିତ ରହିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।