କୋଭିସିଲ୍ଡ ୨ୟ ଡୋଜ୍ ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ(ଏସିଏସ୍) କୋଭିସିଲ୍ଡ ଟିକାର ୨ୟ ଡୋଜ ସମୟ ପୁନଃ ନିର୍ଦ୍ଧାରଣ ସମ୍ବନ୍ଧରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡ଼ିଏମଓ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ପୂର୍ବରୁ କୋଭିସିଲ୍ଡର ପ୍ରଥମ ଡୋଜ ନେବା ପରେ ୪ରୁ ୬ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ନେବାର ନିୟମ ଥିଲା। ଏବେ ୪ରୁ ୮ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ନେବାକୁ ନିୟମ କରାଯାଇଛି। ଏନେଇ ଜନସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଚିଠିରେ ଉଲ୍ଲେଖ କରିଛନ୍ତି।