ହାଥରସ ଗଣଦୁଷ୍କର୍ମ ମାମଲାରେ ୩ ଖଲାସ, ଜଣେ ଦୋଷୀ ସାବ୍ୟସ୍ତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାଥରସସ୍ଥିତ ବୁଲଗଢ଼ୀରେ ହୋଇଥିବା ଗଣଦୁଷ୍କର୍ମ ମାମଲାର ରାୟ ଆସିଛି । ଏସସି-ଏସଟି କୋର୍ଟର ସ୍ୱତନ୍ତ୍ର ଜଜ୍ ତ୍ରିଲୋକପାଲ ରାୟ ଶୁଣାଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୩ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଦେଇଛି । କୋର୍ଟର ଏହି ଫଇସଲା ବିରୋଧରେ ପୀଡ଼ିତ ପରିବାର କ୍ଷୋଭ ପ୍ରକାଶ କରିବା ସହ ହାଇକୋର୍ଟ ମୁହାଁ ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବର ୧୪ରେ ଜଣେ ଦଳିତ ଝିଅ ସହ କିଛି ଯୁବକ ଗଣଦୁଷ୍କର୍ମ କରିଥିଲେ । ପରେ ଗମ୍ଭୀର ଅବସ୍ଥାରେ ଝିଅଟିକୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଘଟଣାର ପାଖାପାଖି ୧୫ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୯ରେ ପୀଡ଼ିତ ଝିଅର ମୃତ୍ୟୁ ହୋଇଥିଲା ।