ଆସନ୍ତା କାଲିଠୁ ହରିଆଣାରେ ଧାନ କିଣା ଆରମ୍ଭ କରିବେ ସରକାର, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ହରିଆଣା ସରକାର ଆସନ୍ତା କାଲିଠୁ ରାଜ୍ୟରେ ଧାନ ଓ ବାଜରା କିଣା ଆରମ୍ଭ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ସୂଚନା ଅନୁସାରେ ସରକାର ଫସଲକୁ ଡେରି କରି କିଣୁଥିବାରୁ କରନାଲ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଆବାସ ବାହାରେ ହଜାରରୁ ଅଧିକ ଚାଷୀ ବିରୋଧ ପ୍ରଦର୍ଶନ କରିଥିଲେ।

ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି କି, ମୌସୁମୀରେ ଡେରି ହେବାରୁ କେନ୍ଦ୍ର ସରକାର ଚଳିତ ବର୍ଷ ଅକ୍ଟୋବର ୧ରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଧାନ ଓ ବାଜରା କିଣାକୁ ସ୍ଥଗିତ କରିଥିଲେ। ଆଜି ଏହି ମାମଲାରେ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ସହିତ ବୈଠକ ପରେ ଆସନ୍ତା କାଲିଠୁ କିଣା ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି।