ସିଲଭର ସ୍କ୍ରିନରେ ପାଦ ଥାପିବେ ହଜରଭଜନ ସିଂହ

ମୁମ୍ବାଇ: କ୍ରିକେଟର ହରଭଜନ ସିଂହ ତାମିଲ ଫିଲ୍ମ ‘ଫ୍ରେଣ୍ଡସିପ’ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ଫିଲ୍ମ ନିର୍ମାତା ହରଭଜନଙ୍କ ୪୧ତମ ଜନ୍ମଦିନ ଅବସରରେ ଫିଲ୍ମର ନୂଆ ପୋଷ୍ଟର ଜାରି କରିଛନ୍ତି। ଏହି ଫିଲ୍ମରେ ହରଭଜନ ଜଣେ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଭୂମିକାରେ ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ ହେବ।

ସୂଚନାଯୋଗ୍ୟ, ହରଭଜନ ଏହାପୂର୍ବରୁ ମୁଝସେ ସାଦି କରୋଗୀ, ଭଜ୍ଜୀ ଇନ ପ୍ରୋବ୍ଲେମ ଓ ସେକେଣ୍ଡ ହ୍ୟାଣ୍ଡ ହସବ୍ୟାଣ୍ଡ ଫିଲ୍ମରେ ଅତିଥୀ ଭୂମିକାରେ ନଜର ଆସିଥିଲେ।