କରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଲେ ଦିବ୍ୟାଙ୍ଗ ଭଉଣୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ସ୍ନେହର ଡୋର ବାନ୍ଧିଥାଏ ଭଉଣୀ। ରାକ୍ଷୀ ବାନ୍ଧି ଭାଇଠାରୁ ସୁରକ୍ଷାର ପ୍ରତିଶ୍ରୁତି ନେଇଥାଏ ଭଉଣୀ। କରୋନା ମହାମାରୀ ବେଳେ ସାରା ବିଶ୍ବକୁ ସୁରକ୍ଷା ଯୋଗାଇ ଆସୁଛନ୍ତି କରୋନା ଯୋଦ୍ଧା। ଆଜି ଏହି ପବିତ୍ର ଦିନରେ ରାଜଧାନୀରେ ‘ଏଇ ତ ସମ୍ପର୍କ’ ଅନୁଷ୍ଠାନର ସଦସ୍ୟମାନେ କୋରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଛନ୍ତି।

ଏହି ଅନୁଷ୍ଠାନର ଦିବ୍ୟାଙ୍ଗ ଓ କିନ୍ନରମାନେ କ୍ୟାପିଟାଲ ହସ୍ପିଟାଲରେ ଥିବା ଡାକ୍ତର, ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର ଓ ପୁଲିସଙ୍କ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଏହାସହ ଟ୍ରାଫିକ ପୁଲିସ ମାନଙ୍କ ହାତରେ ମଧ୍ୟ ସେମାନେ ରାକ୍ଷୀ ବାନ୍ଧିଛନ୍ତି।