ଏନଏଚ ଓ ଏନଏଚଏଆଇ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଚାଲିଛି ଅନେକ ନବ ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟ। ଆଉ ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଭୁବନେଶ୍ବରରେ ଏନଏଚ ଏବଂ ଏନଏଚଏଆଇର ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ଧର୍ମେନ୍ଦ୍ର।

ରାଜ୍ୟରେ କ୍ରିୟାନ୍ବୟନ ହେଉଛି ଜାତୀୟ ରାଜପଥ ପ୍ରକଳ୍ପ। ଏହି ପ୍ରକଳ୍ପରେ ରହିଥିବା ଭାରତମାଳା ଯୋଜନାରେ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ, ଭୁବନେଶ୍ବର ରିଙ୍ଗ୍ ରୋଡ୍ ପ୍ରକଳ୍ପ, ପାରାଦ୍ବୀପଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କରିଡ଼ର ରହିଛି। ଏହା ସହ ରାଜ୍ୟରେ ନିର୍ମାଣାଧୀନ ଅଛି ବିଭିନ୍ନ ରାଜପଥ ପ୍ରକଳ୍ପ। ଏହା ସହ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ।